ସମୀକ୍ଷା ବ୍ୟୁରୋ
ନୂଆଦିଲ୍ଲୀ, 23/12: 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପରିଣାମରୁ ଭାରତୀୟ ବିଜେପିର ବିଫଳତା ଜଣାପଡିଯଉଛି। ଭୋଟ ଗଣତି ଚାଲିଥିବାବେଳେ ବିଜେପି ଏହି ରାଜ୍ୟରେ ମାତ୍ର 23 ଆସନ ଜିତିବା ନେଇ ସୂଚନା ରହୁଛି। ଅପରପକ୍ଷରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବ ମେଣ୍ଟ ରାଜ୍ୟରେ ସରକାର ଗଢିବା ନେଇ ଆଶା ସ୍ପଷ୍ଟ ହେଉଛି। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମରମ୍ ବିଜେପି ହାତରୁ ଖସୁଥିବା ରାଜ୍ୟକୁ ନେଇ ଟୁଇଟ୍ କରିଛନ୍ତି। ବିଜେପିକୁ ଟାର୍ଗେଟ୍ କରି ପି. ଚିଦାମ୍ବରମ୍ କହିଛନ୍ତି ଯେ, ହରିୟାଣାରେ ବିଜେପିକୁ ଆଘାତ ଲାଗିଥିଲା, ମହାରାଷ୍ଟ୍ରରେ ବିଜେପି ଖାରଜ୍ ହେଲା ଏବେ ଝାଡଖଣ୍ଡରେ ହାର (ପରାଜୟ) ମିଳିଲା। 2019ର ବିଜେପିର ଏହି କାହାଣୀ। ଅଣ ବିଜେପି ଦଳ କଂଗ୍ରେସ ସହିତ ସମ୍ବିଧାନ ବଞ୍ଚାଇବା ଆଗକୁ ଆସିବା ଦରକାର। (ଏଜେନ୍ସି)