ମୁମ୍ବାଇ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନର ପରିଣାମରେ ବିଜେପିର ପରାଜୟକୁ ଦେଖି ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର ନରେନ୍ଦ୍ର ମୋଦି ସରକାରଙ୍କ ଅସଫଳ ନୀତିଙ୍କୁ ଦାୟୀ କରିଛନ୍ତି । ଶରଦ ପାଓ୍ବାର କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ଝାଡଖଣ୍ଡରେ ଅଗ୍ରାହ୍ୟ କରିଛନ୍ତି। ପଞ୍ଚମ ରାଜ୍ୟ ଭାବେ ବିଜେପି ହାତରୁ ଝାଡଖଣ୍ଡ ଖସି ଯାଇଛି । ବିଜେପି କହୁଥିଲା ଯେ, କିଛି ବି କରିବି ସେ କ୍ଷମତାକୁ ଆସିବ, କିନ୍ତୁ ଝାଡଖଣ୍ଡବାସୀ ଏହାର ଉତ୍ତର ଦେଇ ଦେଇଛନ୍ତି।
ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଯେ, ଦେଶକୁ ଏକ ନୂତନ ରାସ୍ତାରେ ନେବାର ଅୟମାରମ୍ଭ ଆରମ୍ଭ ହୋଇଗଲାଣି। ଝାଡଖଣ୍ଡବାସୀ ଏହି ରାସ୍ତାରେ ପାଦ ବଢାଇସାରିଛନ୍ତି। ମୋଦିଙ୍କୁ ବୁଝିବା ଦରକାର ଯେ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ର ପରେ ଏବେ ଝାଡଖଣ୍ଡ ଏବେ ତାଙ୍କ ହାତରୁ ଚାଲିଯାଇଛି । ମୋଦିଙ୍କ ଭାଷଣକୁ ଝାଡଖଣ୍ଡବାସୀ ନାପସନ୍ଦ କରିଛନ୍ତି । ମୋଦିଙ୍କୁ ଝାଡଖଣ୍ଡବାସୀ ଠିକ୍ ଉତ୍ତର ଦେଇଛନ୍ତି। ଅର୍ଥବ୍ୟବସ୍ଥା ସ୍ଥିତି ସମ୍ଭାଳିବା ଦିଗରେ ଏହି ସରକାର ଅସଫଳ ହୋଇଯାଇଛି। ସେହିପରି ପାଓ୍ବାର ନାଗରିକତା ସଂଶୋଧନ ଆଇନକୁ ଓ ଏନ୍ଆରସି ବିରୋଧକୁ ନେଇ କହିଛନ୍ତି ଯେ, ଏହି ଆଇନର ଶାନ୍ତିପୂର୍ଣ୍ଣ ବିରୋଧ କରିବା ଆବଶ୍ୟକ। ରାଷ୍ଟ୍ରର ସମ୍ପତ୍ତି କ୍ଷତି ନ ପହଞ୍ଚାଇ ଗାନ୍ଧି ରାସ୍ତାରେ ଯାଇ ବିରୋଧ କରିବା ଆବଶ୍ୟକ । ବିଜେପିର ହାରିବା ଆରମ୍ଭ ହୋଇଯାଇଛି। ଏବେ ଏନ୍ଆରସି ଉପରେ ସମେସ୍ତ ଏକତ୍ର ହୋଇ ଚର୍ଚ୍ଚା କରିବା ଆବଶ୍ୟକ। (ଏଜେନ୍ସି)