କଲିକତା, 23/12: ଭାରତୀୟ ଜନତା ପାର୍ଟି (ବିଜେପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କଲିକତାଠାରେ ନାଗରିକତା ସଂଶୋଧନ ଅଧିନିୟମ ସମର୍ଥନରେ ଏକ ରାଲି କରିଛନ୍ତି। ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ, ନାଗରିକତା ସଂଶୋଧନ ଅଧିନିୟମ ବିଷୟରେ ମମତା ଦିଦି ଓ ତାଙ୍କର ସମସ୍ତ ନେତା ଦେଶକୁ ଭ୍ରମିତ କରିବା ସହ ରାଜ୍ୟର ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ବିପଥଗାମୀ କରାଉଛନ୍ତି। ଏହି ଅଧିନିୟମ ନାଗରିକତା ଦେଇଥାଏ, କାହାର ନାଗରିକତା ଛଡାଇବ ନାହିଁ । ଜେପି ନଡ୍ଡା କହିଛନ୍ତି ଯେ, ଭାରତରେ ରହିଥିବା ସମସ୍ତ ମୁସଲମାମାନେ ଆଗକୁ ବଢିଛନ୍ତି । ଆମେ ସମସ୍ତଙ୍କୁ ସମାନ ସୁଯୋଗ ଓ ସମାନ ସମ୍ମାନ ମଧ୍ୟ ଦେଇଛୁ। ମମତା ଭୋଟ୍ ବ୍ୟାଙ୍କ ପାଇଁ ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ନଡ୍ଡା। (ଏଜେନ୍ସି)