ଝାଡଖଣ୍ଡ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପରିଣାମକୁ ଦେଖି ଭାରତୀୟ ଜନତା ପାର୍ଟିର ହାର ବେଶ୍ ସ୍ପଷ୍ଟ ଦେଖାଯାଉଛି। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦଳର ଖରାପ ପ୍ରଦର୍ଶନକୁ ନେଇ କହିଛନ୍ତି ଯେ, ଏହା ମୋର ପରାଜୟ ଅଟେ, ଦଳର ନୁହେଁ। ମୁଁ ଝାଡଖଣ୍ଡର ସ୍ବାର୍ଥ ପାଇଁ କାମ କରିଛି। ଏହାର ପରିଣାମକୁ ସ୍ବାଗତ କରୁଛି। ସୂଚନାଯୋଗ୍ୟ, ଝାଡଖଣ୍ଡରେ 81ଟି ବିଧାନସଭା ଆସନ ପାଇଁ 5ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ସର୍ବତମ ସୂଚନା ଅନୁସାରେ ଜେଏମ୍ଏମ୍ ମେଣ୍ଟ 45ଟି ଆସନ ପାଇଥିବାବେଳେ ବିଜେପି 26ଟି ଆସନରେ ରହିଛି। (ଏଜେନ୍ସି)