ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୪/୧୨ : ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ସ୍କୁଲ, କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଡିସେମ୍ବର ସକାଳ ୮ ଘଣ୍ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବ। ଡିସେମ୍ବର ୨୫ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତିକୁ ନିଷେଧ କରାଯାଇଛି। ସେହିପରି ୨୬ ତାରିଖରେ ସୂର୍ଯ୍ୟପରାଗ ହେତୁ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯିବ।