ନୂଆଦିଲ୍ଲୀ, 24/12: ସ୍ଥଳ ସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳରେ ଉତ୍ତମ ସମନ୍ଵୟ ଲାଗି ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଅର୍ଥାତ ସିଡିଏସକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି । ସୂତ୍ର ମୁତାବକ, ମୋଦୀ କ୍ୟାବିନେଟ୍ ଚିଫ୍ ଅଫ ଡିଫେନ୍ସ ଷ୍ଟାଫର ପଦ ଗଠନ ଲାଗି ସୁରକ୍ଷା ସମ୍ବନ୍ଧିତ ମାମଲାର ମନ୍ତ୍ରିମଣ୍ଡଳ(ସିସିଏସ)ର ରିପୋର୍ଟକୁ ସ୍ଵୀକାର କରିଛନ୍ତି। ଦେଶର ପ୍ରଥମ ସିଡିଏସ ପଦ ପାଇଁ ସଂପ୍ରତି ସ୍ଥଳ ସେନାର ପ୍ରମୁଖ ଜେନେରାଲ ବିପିନ ରାଓ୍ଵତଙ୍କ ନାମ ଉପରେ ରହିଛି। ୭୩ତମ ସ୍ୱାଧୀନତା ଦିବସରେ ନରେନ୍ଦ୍ର ମୋଦୀ ସିଏଡିଏସ ପଦ ନେଇ ଘୋଷଣା କରିଥିଲେ। (ଏଜେନ୍ସି)