ନୂଆଦିଲ୍ଲୀ, 25/12: ରାଜଧାନୀ ନୂଆଦିଲ୍ଲୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସିଛି । ବୁଧବାର ପୂର୍ବାହ୍ନ ୬ଟା ଦିଲ୍ଲୀର ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି। କିଛି ଦିନ ହେବ ଦିଲ୍ଲୀର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡ଼ିଛି। ଡିସେମ୍ବର ମାସରେ ଲୋକେ ଭୀଷଣ ଶୀତର ସମ୍ମୁଖୀନ ହୋଇଛନ୍ତି । ଏଯାଏଁ ୨୨ ବର୍ଷର ରେକର୍ଡ ଅତିକ୍ରମ ସାରିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଶୀତଲହରୀ ଆଗାମୀ କିଛି ଦିନ ଯାଏଁ ଆହୁରି ଜାରି ରହିବ । ସେହିପରି ଦିଲ୍ଲୀରେ ଆହୁରି ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ । ଦିଲ୍ଲୀ ବ୍ୟତୀତ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶରେ ମଧ୍ୟ ଭୀଷଣ ଶୀତଲହରୀ ଅନୁଭୂତ ହୋଇଛି ।