ମୁମ୍ବାଇ, 25/12: ଅଭିନେତା ଦିଲଜିତ୍ ଦୋସାଞ୍ଜ ଓ ମନୋଜ ବାଜପେୟୀ ପାରିବାରିକ କମେଡ଼ି ଭିତ୍ତିକ ଫିଲ୍ମ ‘ସୁରଜ୍ ପେ ମଙ୍ଗଲ୍ ଭାରି’ ରେ ନଜର ଆସିବେ। ଅଭିଶେଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଫତିମା ସନା ଶେଖ୍ ମଧ୍ୟ ନଜର ଆସିବେ। ଶର୍ମା କହିଛନ୍ତି ଯେ, ‘ସୁରଜ୍ ପେ ମଙ୍ଗଲ୍ ଭାରି’ ଏକ ଅନନ୍ୟ ପାରିବାରିକ କମେଡି ଅଟେ। ଏଥିରେ ଫ୍ରେଶ୍ ତଥା ବହୁ ଅଭିଜ୍ଞ ଚରିତ୍ରମାନେ ରହିଛନ୍ତି। 1990 ଦଶକର ଏକ ସୁନ୍ଦର ତଥା ସରଳ ପୃଷ୍ଠଭୂମିକୁ ନେଇ ଏହା ଗତିଶୀଳ , ଯେତେବେଳେ ସୋସିଆଲ ମିଡିଆ ଓ ମୋବାଇଲ୍ ଫୋନ୍ ନଥିଲା। ଏହା ସହିତ ଏହା ପାରିବାରିକ ଦର୍ଶକ ପାଇଁ ଏକ ଶାନଦାର୍ କାହାଣୀ ହେବ ବୋଲି ଆଶା କରାଯଉଛି ଏହି ଫିଲ୍ମ ଜରିଆରେ ନିର୍ମାତା ଜୀ ପ୍ରଡକ୍ସନ୍ ହାଉସ୍ ସହିତ ଯୋଡ଼ି ହୋଇଥିବାରୁ ବେଶ୍ ଗର୍ବିତ ବୋଲି ଅଭିଷେକ କହିଛନ୍ତି। ସେହିପରି ଜୀ ଷ୍ଟୁଡିଓଜ୍ର ସିଇଓ ଶରୀକ୍ ପଟେଲ୍ କହିଛନ୍ତି ଯେ, ଏହା ବହୁ ଲୋକପ୍ରିୟ ତଥା ଅଭିଜ୍ଞ କଳାକାରଙ୍କ ଏକ ଅନନ୍ୟ କାହାଣୀ। ଆମେ ଅଭିଷେକଙ୍କ ସହିତ କାମ କରି ବହୁତ ଖୁସି ଅଛୁ।