ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ଆଜି ହେଉଛି ବିଜେଡିର ପ୍ରତିଷ୍ଠା ଦିବସ। ଗ୍ରହଣ ପାଇଁ ଦଳ ସକାଳେ ପାଳନ ନ କରି ଆଜି ଅପରାହ୍ନ 4ଟାରେ ବିଜେଡି କାର୍ଯ୍ୟାଳୟରେ ଏହା ଦିବସକୁ ପାଳନ କରିବ। ସେଥିପାଇଁ ଦଳ ତରଫରୁ ବିଜେଡି ଅଫିସ ସହିତ ରାସ୍ତାଘାଟରେ ବିଜେଡି ପତକାରେ ଛାଇ ଦେଇଛନ୍ତି। 1997 ମସିହା ଡିସେମ୍ବର 26 ତାରିଖରେ ବିଜୁ ଜନତା ଦଳ ବା ବିଜେଡି ଜନ୍ମ ନେଇଥିଲା। ସେତେବେଳେ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରି ଦଳକୁ ସୁଦୃଢ କରିପାରିଛନ୍ତି। ଫଳରେ 22 ବର୍ଷ ଧରି ନବୀନଙ୍କ ଗଡରେ ଆଉ କୌଣସି ତିଷ୍ଠି ପାରି ନାହିଁ ତେବେ ବିଗତ ପ୍ରତିଷ୍ଠା ଦିବସରେ ନବୀନ କେନ୍ଦ୍ର ଅବହେଳାକୁ ପ୍ରମୁଖ ଅସ୍ତ୍ର କରି ସମାଲୋଚନା କରୁଥିଲେ। ହେଲେ ଏଥର ସେ ଦୃଶ୍ୟପଟ୍ଟ ବଦଳି ଯାଇଥିବାରୁ ନବୀନ କଣ କହିବେ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବଚୀ।
ଧୂମଧାମରେ ପାଳିତ ହେବାକୁ ଥିବା ଏହି ପ୍ରତିଷ୍ଠା ଦିବସରେ ନବୀନ କର୍ମିମାନଙ୍କ ପାଇଁ ଏକ ବଡ ଘୋଷଣା କରିବେ ବୋଲି ଜଣାପଡିଛି। ତାହା ହେଉଛି ସବୁ ବିଜେଡି କର୍ମିମାନଙ୍କୁ ଦଳ ତରଫରୁ କରାଯିବ ବୀମା ଭୁକ୍ତ। ଅର୍ଥାତ ଜଣେ ବିଜେଡି କର୍ମି କୌଣସି କାରଣରୁ ତାଙ୍କର କିଛି ଘଟିଯାଏ ସେଥିପାଇଁ ଦଳ ଦେବ ବୀମା ରାଶି। ଏଥିପାଇଁ ଦଳ ତରଫରୁ ଗୋଟିଏ ସ୍ବୀକୃତିପ୍ରାପ୍ତ ବୀମା କଂପାନୀ ସହିତ ଚୁକ୍ତିବଦ୍ଧ କରିଥିବାର ଜଣାପଡିଛି। ଏହା ଘୋଷଣା ହେଲେ ସାରା ଦେଶର ରାଜନୈତିକ ଇତିହାସରେ ଏହା ପ୍ରଥମ ଉଦାହରଣ ହେବ। କାରଣ ନିଜ କର୍ମିଙ୍କ ସୁରକ୍ଷା ପାଇଁ କେବେ କୌଣସି ଦଳ ଚିନ୍ତା କରି ଥିବାର ନଜର ନାହିଁ।