ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ନାରୀ ଶକ୍ତି ପୁରସ୍କାର ୨୦୧୯ ପାଇଁ ଆବେଦନ ପତ୍ର ଆହ୍ୱାନ

Published: Dec 27, 2019, 12:35 am IST

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ମହିଳା ସଶକ୍ତିକରଣ ବିଶେଷ କରି ଅନଗ୍ରସର ଏବଂ ଅବହେଳିତ ମହିଳାଙ୍କ ପ୍ରଗତି ପାଇଁ ବିଶେଷ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ, ସଙ୍ଘ ଏବଂ ଅନୁଷ୍ଠାନକୁ ସ୍ୱୀକୃତି ପ୍ରଦାନ ପୂର୍ବକ ପ୍ରତିବର୍ଷ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାର୍ଚ୍ଚ ୮, ୨୦୨୦ରେ ପାଖାପାଖି ୪୦ ଜଣଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ଯୋଗ୍ୟତା ଓ ନିର୍ଦ୍ଦେଶାବଳୀ www.narishaktipuraskar.wcd.gov.in ପୋର୍ଟାଲରେ ଉପଲବ୍ଧ । ପୁରସ୍କାର ପାଇଁ ବିଚାର ପ୍ରକ୍ରିୟା ମଧ୍ୟକୁ ଆସିବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ଜାନୁଆରୀ ୭, ୨୦୨୦। ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଶେଷ କାର୍ଯ୍ୟ କରୁଥିବା ପ୍ରଖ୍ୟାତ ସଙ୍ଘ ଏବଂ ଅନୁଷ୍ଠାନମାନଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି।

Related posts