Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନି ରାଜଧାନୀ ଫର୍ମୁଲା ଉପରେ ଲାଗିପାରେ ମୋହର, ଅମରାବତୀରେ 144 ଧାରା
ଆଜିର ଖବର

ତିନି ରାଜଧାନୀ ଫର୍ମୁଲା ଉପରେ ଲାଗିପାରେ ମୋହର, ଅମରାବତୀରେ 144 ଧାରା

December 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ରପ୍ରଦେଶ, 27/12: ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଜି କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ତିନି ରାଜଧାନୀ ଫର୍ମୁଲାକୁ ନେଇ ମୋହର ଲାଗିବାର ସମ୍ଭାବନା ରହିଛି । ଜଗନ ମୋହନ ସରକାରଙ୍କ ଏହି ଫର୍ମୁଲାକୁ ଅମରାବତୀଠାରେ ବିରୋଧ କରାଯାଉଛି।

ତିନି ରାଜଧାନୀ ବିଷୟରେ ଚାଷୀଙ୍କଠାରୁ ବିରେଧୀ ସମସ୍ତେ କଡ଼ା ବିରୋଧ ପ୍ରଦର୍ଶନ କରୁଛନ୍ତି । ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ ପାଇଁ ଅମରାବତୀରେ ଧାରା -144 ଜାରି ହୋଇଛି । ବିଶାଖପାଟଣାରେ ଆନ୍ଧ୍ରପ୍ରଦେଶ ସରକାରର କ୍ୟାବିନେଟ୍‌ ବୈଠକରେ ଏନେଇ ଆଜି ନିଷ୍ପତ୍ତି ନିଆଯିବା ନେଇ ସୂଚନା ରହିଛି । ପ୍ରଦେଶର ପ୍ରଶାସନିକ ରାଜଧାନୀ ଅମରାବତୀ ଠାରୁ ବିଶାଖାପାଟଣା କରିବା ପାଇଁ କ୍ୟାବିନେଟ ବୈଠକ ପୂର୍ବରୁ ଜଗନ ମୋହନ ରେଡ୍ଡୀ ସରକାର ଟିଡିପିର କିଛି ବରିଷ୍ଠ ନେତାଙ୍କୁ ହାଉସ ଆରେଷ୍ଟ କରିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଟିଡିପି ନେତାମାନଙ୍କ ଘରବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଆନ୍ଧ୍ରପ୍ରଦେଶରେ ଏବେ ତିନିଟି ରାଜଧାନୀ ହୋଇପାରିବ। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ବିଧାନସଭାରେ ଏହାକୁ ସଂକେତ ଦେଇଥିଲେ। ଆନ୍ଧ୍ରପ୍ରଦେଶର ରାଜଧାନୀରେ କରନୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରିବା ପାଇଁ ଜଗନ ମୋହନ ରେଡ୍ଡୀ କହିଥିଲେ। ଏହି ଆଧାରରେ ସରକାର ଏହି ୩ଟି ରାଜଧାନୀରେ ଭିନ୍ନ ଭିନ୍ନ ଭାବେ ବିଧାନସଭା ଓ ନ୍ୟାୟିକ ବ୍ୟବସ୍ଥା ଚଳାଇପାରନ୍ତି। କରନୁଲ୍‌କୁ  ନ୍ୟାୟିକ ରାଜଧାନୀ ଭାବେ ପରିଚିହ୍ନିତ କରିବା ପାଇଁ ଏଠାରେ ହାଇକୋର୍ଟ କରାଯିବାର ବ୍ୟବସ୍ଥା ରହିଥିବାର ସୂଚନା ରହିଛି । ସେହିପରି ଅମରାବତୀ ପ୍ରଶାସନିକ ରାଜଧାନୀ ହେବା ସହିତ ଏଠାରେ ବିଧାନସଭା ରହିବାର ସମ୍ଭାବନା ରହିଛି। (ଏଜେନ୍ସି)

jaganmohan reddy
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026
Latest News

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.