ଭୁବନେଶ୍ବର, 27/12: ସାରା ରାଜ୍ୟରେ କୋହଲା ପାଗ ଓ ଘନ କୁହୁଡି ଲାଗି ରହିଛି। ତେବେ ଆଜି କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳର ଉପରିଭାଗରେ ସୃଷ୍ଟି ଟ୍ରପ୍ ଲାଇନ୍ ଯୋଗୁଁ ପାଗରେ ପରିବର୍ତ୍ତନ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏପରି କୋହଲା ପାଗ ରହିବ। ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ସମ୍ଭାବନା ରହିଛି। ତେବେ ୨୮ରୁ ତାପମାତ୍ରା କମିବ, ଫଳରେ ଶୀତ ବଢିବା ସମ୍ଭାବନା ରହିଛି। ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ମଧ୍ୟ ସମ୍ଭାବନା ରହିଛି।