ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

Published: Dec 27, 2019, 11:02 am IST

ସମୀକ୍ଷା ବ୍ୟୁରୋ

ତିର୍ତ୍ତୋଲ୍‌, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୍‌  ବର୍ତ୍ତି କଲେଜ ପଡିଆରେ ମଧ୍ୟ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତିର୍ତ୍ତୋଲ  ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ଦାସ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରଘୁନାଥପୁର ବ୍ଳକ ପଞ୍ଚାୟତ ସମିତି ଅଧକ୍ଷା ସ୍ୱପ୍ନ ସରିତା ବଳ ଓ ତିର୍ତ୍ତୋଲ ବ୍ଳକ ଅଧକ୍ଷା ସୁଜାତା ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଷ୍ଣୁ ଦାସ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ ଫାଇଭ୍‌-ଟି ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ବିଧାୟକ ବିଷ୍ଣୁ ଦାସ ମତପ୍ରକାଶ ପ୍ରକାଶ କରିଥିଲେ।

ରାଜ୍ୟ ବିଜେଡି କୃଷକ ସେଲ ସମ୍ପାଦକ ଅନ୍ତର୍ଯାମୀ ରାଉତ ସ୍ୱାଗତ ଭାଷଣ ରଖିଥିବା ବେଳେ ବିଧାୟକ ଶ୍ରୀ ଦାସ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ବାଇଁ , ତିର୍ତ୍ତୋଲ ବ୍ଳକ ବିଜେଡି ସଭାପତି ବସନ୍ତ ମହାପାତ୍ର ,ଜିଲ୍ଲା ବିଜେଡି ମାଇନାରୀଟି ସେଲ ସଭାପତି ଶେଖ୍‌ ଅଜମିର ଅଲ୍ଲି, ଜିଲ୍ଲା ଛତ୍ର ବିଜେଡି ସଭାପତି ପ୍ରଦୀପ୍ତ ଭୂୟାଁ, ରଘୁନାଥପୁର ଛାତ୍ର ବିଜେଡି ସଭାପତି ଜୋସେପ ସ୍ୱାଇଁ, କଟକ ଜୋନ ଛାତ୍ର ବିଜେଡ଼ି ଉପସଭାପତି ପ୍ରଭୁତି ମହାପାତ୍ର,ଜିଲ୍ଲା ଛାତ୍ର ବିଜେଡି ସୋସିଆଲ ମେଡ଼ିଆ ସଂଯୋଜକ ସୁଜିତ ମହାନ୍ତି ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ମହିଳା, ଯୁବ, ଛାତ୍ର ନେତା ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଫଳତା ବଖାଣିଥିଲେ। ତିର୍ତ୍ତୋଲ,ରଘୁନାଥପୁର ଓ ବିରିଡି ବ୍ଳକର ବହୁ ଜିଲ୍ଲା ପରିଷଦ,ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଏହି ସଭାରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସମେତ ପ୍ରାୟ ୫୦୦୦ କର୍ମୀ ଯୋଗ ଦେଇଥିଲେ।

Related posts