ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ୍‌

Published: Dec 27, 2019, 11:21 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 27/12: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି। ଘନ କୁହୁଡ଼ି ଓ ଖରାପ ପାଗ କାରଣରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗସ୍ତ ବାତିଲ ହୋଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଆଜି ବଲାଙ୍ଗୀର ସହର ଉପକଣ୍ଠରେ ଥିବା ବରକାନୀରେ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କରି ରାଜ୍ୟ ଉଦ୍ଦେଶ୍ୟରେ ସମର୍ପଣ କରିବା କାର୍ଯ୍ୟକ୍ରମ ରହିଥିଲା। ଏହା ସହ ସେ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା। ଖରାପ ପାଗ ଯୋଗୁଁ ରାୟପୁରରୁ ଆସିପାରିଲାନି ବିମାନ।

Related posts