ପ୍ରବଳ ଥଣ୍ଡାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ସତର୍କସୂଚନା ଜାରି

Published: Dec 28, 2019, 4:35 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 28/12 : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କସୂଚନା ଜାରି କରାଯାଇଛି । ଶୀତର ପ୍ରକୋପ ବୃଦ୍ଧି କାରଣରୁ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ଲକ୍‌, ତହସିଲ୍‌ ଏବଂ ପଞ୍ଚାୟତକୁ ମଧ୍ୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗରିବ ଶ୍ରେଣୀର ଲୋକ ଏବଂ ଘରନଥିବା ଲୋକ ଯେପରି ରାତିରେ ଶୋଇବା ପାଇଁ ହଇରାଣ ନ ହେୁଅନ୍ତି ସେଥିପାଇଁ ସ୍କୁଲ ଏବଂ ସର୍ବସାଧାରଣ କୋଠା ଗୁଡିକ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related posts