ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୮/୧୨: ଆଜି ୧୦ ଡିଗ୍ରୀ ତଳେ ରହିଛି ଓଡ଼ିଶାର ୯ଟି ସହର। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଅସହ୍ୟ ଥଣ୍ଡା ପାଇଁ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ପାହାଡି ଅଞ୍ଚଳରେ ତାପମାତ୍ରା ଶୂନକୁ ଖସିବା ନେଇ ଆକଳନ ହୋଇଛି। ତେଣୁ ୨୪ ଘଣ୍ଟାରେ ୧୮ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନଗୁଳ କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଦେଓଗଡରେ ସିଭିୟର କୋଲ୍ଡ ୱଭ୍ ଓ ଉତ୍ତର ଓଡ଼ିଶାର ସମସ୍ତ ୯ ଜିଲ୍ଲା ସମେତ ଅନୁଗୁଳ କଟକ ଖୋର୍ଦ୍ଧା ଭଦ୍ରକ ଜିଲ୍ଲାରେ କୋଲ୍ଡ ୱଭ୍ ୱର୍ଣ୍ଣିଂ। ଆସନ୍ତା ତିନି ଦିନ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅସହ୍ୟ ଥଣ୍ଡା ପାଇଁ ରାଜ୍ୟ ସରକାର ଏକ ସତର୍କମୂଳକ ପଦକ୍ଷେପ ନେଇଛନ୍ତି। ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗରିବ ଲୋକେ ରାତିରେ ରହିବାକୁ ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର।