ଉତ୍ତରପ୍ରଦେଶ, 30/12: ୧୪୪ ଧାରା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫୫ ଶିଖ୍ ଶ୍ରଦ୍ଧାଳୁଙ୍କ ବିରୋଧରେ ମାମଲା ଦାଏର ହୋଇଛି। ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାର କିରତପୁର ଗୁରୁଦ୍ବାରଠାରୁ ରବିବାର ଦିନ ଶହୀଦ୍ ଦିବସ (ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ରଙ୍କ ସ୍ମୃତି ) ଉଦ୍ଦେଶ୍ୟରେ ଏକ ଧାର୍ମିକ ଶାୋଭଯାତ୍ରା ଆରମ୍ଭ କରାଯାଇଥିଲା। ଏହି ଶୋଭାଯାତ୍ରାରେ ପାଖାପାଖି ୫୫ ଜଣ ଶିଖ୍ ଶ୍ରଦ୍ଧାଳୁ ରହିଥିଲେ। ସେଠାରେ ସିଏଏ ହିଂସା ଲାଗି ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି ହୋଇଥିଲା। ଗୁରୁଦ୍ୱାରା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କ ସ୍ମୃତିରେ ଶହୀଦ୍ ଦିବସ ପାଳନ ଅବସରରେ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା। ଏନେଇ କୌଣସି ଅନୁମତି ମଧ୍ୟ ନିଆଯାଇ ନ ଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ୫ ଜଣ ଅଭିଯୁକ୍ତ ଥିବାବେଳେ ୫୦ ଜଣଙ୍କୁ ଚିହ୍ନଟ କରାଯାଇନଥିବାର ଜଣାଯାଇଛି। ଶ୍ରଦ୍ଧାଳୁଙ୍କ ବିରୋଧରେ ଧାରା 188 ଆଧାରରେ ମାମଲା ଦାଏର କରାଯାଇଛି । (ଏଜେନ୍ସି)
ଧାରା ୧୪୪ ଉଲ୍ଲଂଘନ ଅଭିଯୋଗରେ ୫୫ ଜଣ ଶିଖ୍ ଶ୍ରଦ୍ଧାଳୁଙ୍କ ବିରୋଧରେ ମାମଲା
Published:
Dec 30, 2019, 12:39 pm IST
Tags: