ଦୁଇ ଆଇଏଏସଙ୍କୁ ମିଳିଲା ପଦୋନ୍ନତି, ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି

Published: Dec 31, 2019, 7:53 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 31/12: ଆଜି ରାଜ୍ୟ ସରକାର ଆଇପିଏସ୍‌ଙ୍କୁ ପଦୋନ୍ନତି ଦେଇଛନ୍ତି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ବ ମିଳିଥିବବେଳେ ଆଇପିଏସ୍‌ ଏସ୍‌.କେ. ଉପାଧ୍ୟାୟଙ୍କୁ ଜେଲ୍‌ ବିଭାଗ ଡିଜି ଭାବେ ପଦୋନ୍ନତି ମିଳିଛି। ସୌମେନ୍ଦ୍ରଙ୍କୁ ଅତିରିକ୍ତ ଡିଜି ଲ’ ଆଣ୍ଡ ଅର୍ଡରର ଦାୟିତ୍ବ ମଧ୍ୟ ମିଳିଛି। ଆରପି କୋଚେ ଏଡିଜିପି ଓ ଏସଏପି ହୋଇଛନ୍ତି। ଓ୍ବାଇ କୋୟଲ୍‌ଙ୍କୁ ଆଇଜିପି, ପ୍ରୋଭିଜିନିଂ, ରାଜ୍ୟ ପୋଲିସ୍‌ ମୁଖ୍ୟାଳୟର ଦାୟିତ୍ବ ମିଳିଛି। ସେହିପରି ଅନୁପସାହୁଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଥିବାବେଳେ ସେ ଅତିରିକ୍ତ ପୋଲିସ୍‌ କମିଶନର ଭାବେ ଦାୟିତ୍ବ ସମ୍ଭାଳିବେ। ଭୁବନେଶ୍ବର ଡିସିପି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଅନୁପ ସାହୁ। ସେହିପରି ଦୁଇ ଆଇଏଏସଙ୍କୁ ମଧ୍ୟ ପଦୋନ୍ନତି ଦେଇଛନ୍ତି। ଦୁଇ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ପ୍ରଦୀପ ଜେନା, ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ମିଳିଛି।

Related posts