ଏନ୍‌ସିପରି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ

Published: Jan 2, 2020, 1:58 pm IST

ମୁମ୍ବାଇ, 2/1: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର  ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିବା କାରଣରୁ ତାଙ୍କର ପରଲୋକ ଘଟିଛି। ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମିତ ଡିପି ତ୍ରିପାଠୀ ଜବାହାରଲାଲ ନେହେରୁ ୟୁନିଭରସିଟି ଛାତ୍ର ସଙ୍ଘର ଅଧ୍ୟକ୍ଷ ମଧ୍ୟ ଥିଲେ। କଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଡିପି ତ୍ରିପାଠୀ ପରେ ଏନ୍‌ସିପିରେ ଯୋଗ ଦେଇଥିଲେ।ଏନ୍‌ସିପିର ମହାସଚିବ ରହିଥିବା ଡିପି ତ୍ରିପାଠୀ ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଅତି ବିଶ୍ବସନୀୟ ରହିଥିଲେ। ଡିପି ତ୍ରିପାଠୀଙ୍କ ମୃତ୍ୟରେ ସୁପ୍ରିୟା ସୁଲେ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି।  (ଏଜେନ୍ସି)

Related posts