Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିଲା ୫୪ତମ ପ୍ରତିଷ୍ଠା ଦିବସ,ସମ୍ବର୍ଦ୍ଧିତ ପ୍ରତିଭାଙ୍କ ବକ୍ତବ୍ୟ କିଛି ଖଟା କିଛି ମିଠା
ଆଜିର ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିଲା ୫୪ତମ ପ୍ରତିଷ୍ଠା ଦିବସ,ସମ୍ବର୍ଦ୍ଧିତ ପ୍ରତିଭାଙ୍କ ବକ୍ତବ୍ୟ କିଛି ଖଟା କିଛି ମିଠା

January 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିଲା ୫୪ତମ ପ୍ରତିଷ୍ଠା ଦିବସ,ସମ୍ବର୍ଦ୍ଧିତ ପ୍ରତିଭାଙ୍କ ବକ୍ତବ୍ୟ କିଛି ଖଟା କିଛି ମିଠା

ସମୀକ୍ଷା ବ୍ୟୁରୋ

ବ୍ରହ୍ମପୁର: ଆଜିଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ। ମୁଖ୍ୟ ଆକର୍ଷଣ ଥିଲେ ଦୁଇ ତୁଂଗ ବ୍ୟକ୍ତିତ୍ୱ। ଜଣେ ଓଡ଼ିଆ ଭାଷା ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ଅନ୍ୟ ଜଣେ ହେଉଛନ୍ତି ଜାତିସଂଘର କାର୍ଯ୍ୟରତ ଗଂଜାମ ମାଟିର ଗର୍ବ ଓ ଗୌରବ ସତ୍ୟସୁନ୍ଦର ତ୍ରିପାଠୀ। ସେ ସଂପ୍ରତି ଜାତିସଂଘର ଉପସଚିବ ଏବଂ ପରିବେଶ ପର୍ଯ୍ୟାବରଣ ପାଇଁ ଜାତିସଂଘରେ ନ୍ୟୁୟର୍କ ଦପ୍ତରରେ କାର୍ଯ୍ୟରତ। ଏଇ ଦୁଇଜଣଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଂଜ ଜାତୀୟ ସମ୍ମାନ ଓ ସତ୍ୟସୁନ୍ଦର ତ୍ରିପାଠୀଙ୍କୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ଭଂଜବିହାର ସମ୍ବର୍ଦ୍ଧନା। ସମ୍ମାନ ଗ୍ରହଣ ଅବସରରେ ପ୍ରତିଭା ରାୟ ଶବ୍ଦ ପ୍ରତି ସମ୍ମାନ ରହି ସଠିକ୍ ସମୟରେ ଠିକଣା ଶବ୍ଦ ବ୍ୟବହାର କରିବାକୁ ଛାତ୍ର ସମାଜକୁ ପରାମର୍ଶ ଦେଇଥିଲେ। କବି ମନସ୍ମ ଯୁବ ଅବସ୍ଥାରେ ପ୍ରତ୍ୟେକ ନିଜର ଶବ୍ଦ ଚାତୁରୀରେ ଗୋଟିଏ କବିତା ନିଶ୍ଚୟ ଲେଖି ନିଜକୁ କବି ଭାବରେ ଉନ୍ମୋଚନ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ।

ଅନ୍ୟତମ ସମ୍ବର୍ଦ୍ଧିତ ପ୍ରତିଭା ସତ୍ୟସୁନ୍ଦର ତ୍ରିପାଠୀ ଛାତ୍ର ସମାଜ କୌଣସି ରାଜନୈତିକ ଦଳର ପ୍ରତିନିଧି ନ ହୋଇ ବରଂ ଗୋଟିଏ ଅନୁଷ୍ଠାନର ପ୍ରତିନିଧି ହୋଇ ତାହାର ବିକାଶ ସହ ଏକ ସୁନ୍ଦର ସ୍ୱପ୍ନିକ ଭବିଷ୍ୟତ ଗଠନ ପାଇଁ ଶତ ଚେଷ୍ଟିତ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସକରାତ୍ମକ ବିଚାରରେ ଜୀବନ ଗଢ଼ିତୋଳିଲେ ଭବିଷ୍ୟତ ଉଜ୍ୱଳ ହେବ। ପରିବେଶ ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଛାତ୍ର ସମାଜ ଯତ୍ନଶୀଳ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

ଅଙ୍ଗବସ୍ତ୍ର ପ୍ରଦାନ ଅବସର ପର୍ବରେ ପ୍ରଥମେ ପ୍ରଶାନ୍ତ ମହାନ୍ତିଙ୍କୁ ଦିଆଯାଇଥିଲା। ତାଙ୍କ ବକ୍ତବ୍ୟ କିନ୍ତୁ ଶ୍ରୁତି କଟୁ ଥିଲା। କଳିଙ୍ଗ ସାହିତ୍ୟ ସମାଜର ଅଯାଚିତ ଅନୁକମ୍ପାରୁ ଯେପରି ସେ ସମ୍ବର୍ଦ୍ଧିତ ହେବା ପରି ମନେ ହେଉନଥିଲା ବରଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ପରିବେର୍ତ୍ତ ଏଇ କଳିଙ୍ଗ ସାହିତ୍ୟ ସମାଜର କର୍ମକର୍ତ୍ତାଙ୍କୁ ଭାବପ୍ରବଣ ହୋଇ କହିଥିଲେ। ଏଥିରୁ ଜଣାପଡ଼ୁଥିଲା ଯେ ଏହି ସମ୍ବର୍ଦ୍ଧନା ଏକ ପ୍ରଯୋଜିତ ଥିଲା।

ଦ୍ୱିତୀୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା ହୃଷିକେଶ ପାଣିଗ୍ରାହୀଙ୍କୁ । ଜଣେ ଉଦ୍ଘୋଷକ ଓ ମଂଚ ଉପସ୍ଥାପକ ଭାବରେ ସମ୍ମାନିତ କରିବା ପ୍ରଥମ । ଭଂଜବିହାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଚାରର ହାସ୍ୟ ଭେଦ କରିବା ପାଇଁ ଅନେକ ଅସମର୍ଥ ବୋଲି ପ୍ରତିକ୍ରିୟ ପ୍ରକାଶ ପାଇଛି । ହୃଷିକେଶ ପାଣିଗ୍ରାହୀଙ୍କୁ ଦେବୀ ପ୍ରସନ୍ନ ପଟ୍ଟନାୟକ ନିର୍ଦ୍ଦେଶକ ଆକାଶବାଣୀ ବୋଲି ସମ୍ବୋଧନ କରି ଡ଼ାକିଥିଲେ ଏବଂ ପାଣିଗ୍ରାହୀ ଗଣମାଧ୍ୟମରେ ସହ ନିର୍ଦ୍ଦେଶକ ଓ କାର୍ଯ୍ୟକ୍ରମ ମୁଖ୍ୟ ବୋଲି ପରିଚୟ ମଧ୍ୟ ଦିଅନ୍ତି । ଦେଖିବାକୁ ଗଲେ ହୃଷିକେଶ ପାଣିଗ୍ରାହୀଙ୍କୁ ବିଶ୍ୱବିଦ୍ୟାଳୟ ଅଯାଚିତ ଅନୁକମ୍ପାର ଗୋଟିଏ ସ୍ୱାକ୍ଷର ଥିଲା । ଶ୍ରୀଯୁକ୍ତ ପାଣିଗ୍ରାହୀ ସମାନ ଢ଼ଂଗରେ ମଂଚରେ କିଛି ଉକ୍ତି ଶୁଣାଇ ଭାବପ୍ରବଣ ହୋଇଗଲେ।

ସବୁଠାରୁ ଆକର୍ଷଣୀୟ ବକ୍ତବ୍ୟ ଥିଲା ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ଗ୍ରହଣ କରିଥିବା ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀଙ୍କ ଅଭିଭାଷଣ । ପୌରାଣିକ ଐତିହାସିକ କଥା ସହ ସରଳ ମଣିଷ ଜୀବନ ସୃଜନଧାରାରେ ହଜି ଯାଇଥିôବା ତ୍ରିପାଠୀ ସଂସ୍କୃତ କଳା ଓ ସାହିତ୍ୟର ସ୍ୱରଟିଏ ଫୁଟି ଉଠୁଥିଲା ତାଙ୍କର ବକ୍ତବ୍ୟରୁ । ଗୋଟିଏ ଗୋଟିଏ ନିଜର କବିତା ସରଳ ଲୋକସଂଗୀତ ଗାଇବା ସମୟରେ ଏକ ପ୍ରକାର ମନୋରଂଜନର ଖୋରାକ ଯୋଗାଇଥିଲା । ଶେଷରେ ଆଉ ଜଣେ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନରେ ଲକ୍ଷଣ ଶବର ସମ୍ମାନିତ ହୋଇ ତାଙ୍କ ରଂଗ ଓ ତୂଳୀର ସଂଯୋଜନାରେ କଳାରେ ଜୀବନ କେମିତି ଫୁଟି ଉଠେ ସେ କହିଥିଲେ ।

ଆଜିର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସକୁ ଆସିବା ପାଇଁ ଗଣମାଧ୍ୟମକୁ କର୍ତ୍ତୃପକ୍ଷ ଖାମଖିଆଲି ଭାବେ ଡ଼ାକିଥିଲେ । କେବଳ ସାମାଜିକ ଗଣମାଧ୍ୟମର ସାହାରା ନେଇ ନିମନ୍ତ୍ରଣ ଦେଇ ଚୁପ୍ ଥିଲା । ଆଜିର ଏହି ଉତ୍ସବରେ ବ୍ରହ୍ମପୁର ସହରର ବହୁ ଭାଷା ସାହିତ୍ୟ ସଂସ୍କୃତ ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ଏବେ ବ୍ୟାଟସମ୍ୟାନ କରିବେ ନାହିଁ ଫିଲ୍ଡିଂ!: ବଦଳିଯିବ ଲିଗ୍ କ୍ରିକେଟର ଦୃଶ୍ୟପଟ

January 16, 2026

ଓଡ଼ିଶାରେ ନୂତନ ପାଠ୍ୟପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ଉପରେ ମାଷ୍ଟ୍ରର ଟ୍ରେନରଙ୍କ ସହ ଆଲୋଚନା

January 16, 2026

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ

January 16, 2026
Latest News

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଏବେ ବ୍ୟାଟସମ୍ୟାନ କରିବେ ନାହିଁ ଫିଲ୍ଡିଂ!: ବଦଳିଯିବ ଲିଗ୍ କ୍ରିକେଟର ଦୃଶ୍ୟପଟ

January 16, 2026

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026

ଓଡ଼ିଶାରେ ନୂତନ ପାଠ୍ୟପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ଉପରେ ମାଷ୍ଟ୍ରର ଟ୍ରେନରଙ୍କ ସହ ଆଲୋଚନା

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.