ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ସଂଜୁ ପଣ୍ଡା, ଅବସର ନେଲେ ମୁଖ୍ୟବିଚାରପତି କେ.ଏସ ଜାଭେରୀ

Published: Jan 4, 2020, 9:26 pm IST

ସମୀକ୍ଷା ବ୍ୟୁରୋ

କଟକ- ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଥିବା କେ.ଏସ ଜାଭେରୀ ଆଜି ଅବସର ଗ୍ରହଣ କରିଛନ୍ତି। ସେଥିପାଇଁ ଏହି ପଦବୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଛି।

ସେ ଆସନ୍ତକାଲି ମୁଖ୍ୟବିଚାରପତି ଭାବେ ଶପଥ ନେବେ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡିଶା ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ ସଂଜୁ ପଣ୍ଡା ଏହି ଦାୟିତ୍ବରେ ରହିବେ। ଆସନ୍ତାକାଲି ହାଇକୋର୍ଟରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ତାଙ୍କୁ ଶପଥ ପାଠ କରାଇବେ।

Related posts