
ପ୍ରୟାଗରାଜ, 5/ 1: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ସୋରାବ୍ ଥାନା ଅଞ୍ଚଳର ୟୁସୁଫପୁର ସେବାୟତ ଅଞ୍ଚଳରେ ରବିବାର ଦିନ ଗୋଟେ ପରିବାରର ପାଞ୍ଚଜଣଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ସୋମଦତ୍ତ ତିଓ୍ବାରୀ ତାଙ୍କ ପତ୍ନୀ ଓ ତିନି ସନ୍ତାନଙ୍କୁ ହତିଆର ଦ୍ବାରା ହତ୍ୟା କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ସେହିପରି ୟୁପିର ମୁରଦାବାଦ ଅଞ୍ଚଳରୁ ସପ୍ନା ନାମକ ଜଣେ କିନ୍ନରଙ୍କ ମୃତଦେହ ମଧ୍ୟ ମିଳିଥିଲା। ପୁଲିସ୍ କହିବାନୁସାରେ ଏହି ହତ୍ୟା ଘଟଣା ଦୁଇଦିନ ପୂର୍ବରୁ ହୋଇଥିଲା। ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। (ଏଜେନ୍ସି)
Tags: murdercase, transgender