Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂର୍ଯ୍ୟବଂଶୀରେ ଲୁଚି ରହିଛି ‘ସିଂଘମ୍‌ 3’ର ସଂକେତ : ଅଜୟ ଦେବଗନ
ଆଜିର ଖବର

ସୂର୍ଯ୍ୟବଂଶୀରେ ଲୁଚି ରହିଛି ‘ସିଂଘମ୍‌ 3’ର ସଂକେତ : ଅଜୟ ଦେବଗନ

January 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 5/1: ଅଭିନେତା ଅଜୟ ଦେବଗନ୍‌ଙ୍କ ଲୋକପ୍ରିୟ ଚରିତ୍ର ଡିସିପି ବାଜରାଓ୍ବ ସିଂଘମ୍‌ଙ୍କୁ ପୁଣିଥରେ ପରଦା ଉପରେ ଦେଖିବା ନେଇ ପ୍ରଶଂସକମାନେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିରହିଛନ୍ତି ।  ତେବେ ତାଙ୍କ ଅପେକ୍ଷାକୁ ଆହୁରି ମଜାଦାର ରିବା ପାଇଁ ସୁପରଷ୍ଟାର ଅଭିନେତା ଅଜୟ ଏହି ଫିଲ୍ମର ରିଲିଜ୍‌ ହେବା ନେଇ ସଂକେତ ଦେଇଛନ୍ତି ।

ସିଂଘମ୍‌ -3କୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରେ ଅଜୟ କହିଛନ୍ତି ଯେ, – ହଁ, ଏହି ଫିଲ୍ମଟି ନିର୍ମାଣ ହେବ । କିନ୍ତୁ ଏହା ପୂର୍ବରୁ ଆମେ ଗୋଲ୍‌ମାଲ୍‌ କରୁଛୁ । ଏହା ପରେ ବୋଧେ ସିଂଘମ୍‌ ହେବ । ଆପଣମାନେ ଯେତେବେଳେ ସୂର୍ଯ୍ୟବଂଶୀ ଦେଖିବେ, ତେବେ ଆପଣ ପଚାରିଥିବା ପ୍ରଶ୍ନର ଉତ୍ତର ପାଇପାରିବେ । ଏହାର ଉତ୍ତର ଏହି ଫିଲ୍ମରେ ଲୁଚି ରହିଛି । ଏମିତିରେ ବି ସୂର୍ଯ୍ୟବଂଶୀରେ ମୁଁ ଅଛି ବୋଲି କହିଛନ୍ତି ଅଜୟ ।

ରୋହିତ ସେଟ୍‌ଟିଙ୍କ ପୁଲିସ୍‌ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ମୁଖ୍ୟ ଭୂମିକାରେ ରହିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମଟି ମାର୍ଚ୍ଚ ମାସରେ ରିଲିଜ୍‌ ହେବ । ତେବେ ଦର୍ଶକଙ୍କୁ ‘ସିଂଘମ୍‌-3‘ର ବିଷୟରେ ଅଧିକ କିଛି ଜାଣିବାକୁ ଥିଲେ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ । ତେବେ ଅଜୟ ତାଙ୍କର ଅପକମିଙ୍ଗ ଫିଲ୍ମ ‘ତାନାଜୀ : ଦ ଅନସଙ୍ଗ୍‌ ଓ୍ବାରିଅର୍‌’ର ପ୍ରମୋସନର ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମଟି ଛତ୍ରପତି ଶିବାଜୀ ମହାରାଜଙ୍କ ମରାଠା ସେନାରେ ରହିଥିବା ଜଣେ ବାହାଦୂର ସେନାପତି ତାନାଜୀ ମାଲୁସିରେଙ୍କ ଜୀବନୀ ଉପରେ ଆଧାରିତ ।  କିନ୍ତୁ ଇତିହାସର ପୁସ୍ତକରେ ତାନାଜୀଙ୍କ ଉପରେ ଗୋଟେ ପରାଗ୍ରାଫ୍‌ଠାରୁ ଅଧିକ ତଥ୍ୟ ଜାଣିବାକୁ ମିଳେ ନାହିଁ। ଏଥିପାଇଁ ଅଜୟ ତାନାଜୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ‘ତାନାଜୀ : ଦ ଅନ୍‌ସଙ୍ଗ ଓ୍ବାରିଅର୍‌’ରେ ଅଜୟଙ୍କ ସହିତ କାଜୋଲ୍‌, ସୈଫ୍‌ଅଲୀ ଖାନ୍‌, ଶରଦ୍‌ କେଲକର୍‌ ଓ ଲ୍ୟୁକ୍‌ କେନି ପ୍ରମୁଖ ଭୂମିକାରେ ରହିଛନ୍ତି । ଓମ୍‌ ରାଉଲ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ 10 ତାରିଖରେ ପ୍ରଦର୍ଶିତ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.