Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାରୀରିକ ଅସୁସ୍ଥତା ଶ୍ରୀଦେବୀଙ୍କ ମୃତ୍ୟର କାରଣ ହୋଇପାରେ : ଲୋକାର୍ପିତ ହେଲା ଅଭିନେତ୍ରୀ ଶ୍ରୀଦେବୀଙ୍କ ଜୀବନୀ ପୁସ୍ତକ
ଆଜିର ଖବର

ଶାରୀରିକ ଅସୁସ୍ଥତା ଶ୍ରୀଦେବୀଙ୍କ ମୃତ୍ୟର କାରଣ ହୋଇପାରେ : ଲୋକାର୍ପିତ ହେଲା ଅଭିନେତ୍ରୀ ଶ୍ରୀଦେବୀଙ୍କ ଜୀବନୀ ପୁସ୍ତକ

January 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶାରୀରିକ ଅସୁସ୍ଥତା ଶ୍ରୀଦେବୀଙ୍କ ମୃତ୍ୟର କାରଣ ହୋଇପାରେ : ଲୋକାର୍ପିତ ହେଲା ଅଭିନେତ୍ରୀ ଶ୍ରୀଦେବୀଙ୍କ ଜୀବନୀ ପୁସ୍ତକ

ଭୁବନେଶ୍ବର : ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବହୁଦିନରୁ ନିମ୍ନ ରକ୍ତ ଚାପ ପରି ଅସୁସ୍ଥତା ସହିତ ବଞ୍ଚିଥିଲେ ଓ ଏହା ତାଙ୍କର ମୃତ୍ୟର କାରଣ ହୋଇପାରେ ବୋଲି ତାଙ୍କର ଜୀବନୀ ଲେଖକ  ସତ୍ୟାର୍ଥ ନାୟକ କହିଛନ୍ତି। ପ୍ରତି ମାସରେ ଅକ୍ସଫୋର୍ଡ ବୁକ ଷ୍ଟୋରରେ ଆୟୋଜିତ ହେଇ ଆସୁଥିବା କେଏଲଏଫ କର୍ଣ୍ଣର ସାହିତ୍ୟିକ ମିଳନ ର ଦ୍ୱାଦଶତମ ସଂସ୍କରଣରେ ଇଂରାଜୀ ପୁସ୍ତକ ‘ଶ୍ରୀଦେବୀ’ ର ବିକ୍ରି ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ସେ କହିଥିଲେ ଯେ ଶ୍ରୀଦେବୀ କମ ଲୁଣ ଥିବା ଖାଦ୍ୟ ଖାଉଥିଲେ ଓ ଏଥିପାଇଁ ଅନେକ ବାର ସେ ବାଥରୁମ ରେ ପଡି ମଧ୍ୟ ଯାଇଥିଲେ। ଏପରିକି ସେ ଚାଲୁଚାଲୁ ମଧ୍ୟ ବେଳେବେଳେ ଟଳି ପଡୁଥିଲେ। ତେଣୁ ସେହିପରି ବାଥରୁମ ରେ ପଡି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଲେଖକ ନାୟକ ଆଶଙ୍କା ପ୍ରକାଶ କରିଥିଲେ।

ଶ୍ରୀଦେବୀ ସାରା ଜୀବନରେ ଅନେକ ଭଲ ଚଳଚ୍ଚିତ୍ର ରେ କାମ କରିଥିଲେ। ବଲିଉଡ ଫିଲ୍ମ ମିଷ୍ଟର ଇଣ୍ଡିଆ ତାଙ୍କ ଭାଗ୍ୟ ଖୋଲିଦେଇଥିଲା ଓ ଏହାପରେ ସେ କେବଳ ଦମଦାର ମହିଳା ଚରିତ୍ରରେ କାମ କରିବାକୁ ଚାହିଁଥିଲେ।ଏପରିକି ମିଷ୍ଟର ଇଣ୍ଡିଆ ଫିଲ୍ମ ପରେ ସେ ଅମିତାଭ ବଚ୍ଚନଙ୍କ ସହିତ କାମ କରିବାକୁ ମନା କରିଦେଇଥିଲେ। କାରଣ ଥିଲା ତାଙ୍କ ସହିତ କାମ କଲେ ମହିଳା ଚରିତ୍ର ସେତେଟା ଆଖି ଦୃଶିଆ ହେବ ନାହିଁ। ଏହାର କିଛି ବର୍ଷ ପରେ ଅମିତାଭ ବଚ୍ଚନ ଏକ ଫିଲ୍ମରେ ତାଙ୍କର ନୃତ୍ୟ ଦେଖି ଏକ ଟ୍ରକ ଭର୍ତ୍ତି ଫୁଲ ଫିଲ୍ମ ସେଟ କୁ ପଠାଇ ଥିଲେ ଓ ଏହାପରେ ଶ୍ରୀ ଦେବୀ ‘ଖୁଦାଗୱାହ’ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ। ଶ୍ରୀଦେବୀଙ୍କ ସମ୍ମାନଭରା ଜୀବନ କାହାଣୀ ଓ ନିଜର କର୍ମଚାରୀଙ୍କ ପ୍ରତି ତାଙ୍କର ସହାନୁଭୂତିଶୀଳତା ତାଙ୍କ ଜୀବନୀ ଲେଖିବା ପାଇଁ ପ୍ରେରିତ କରିଥିଲା ବୋଲି ନାୟକ କହିଥିଲେ। ଏହି ଉତ୍ସବରେ ଓଡିଆ ଚଳଚିତ୍ର ଅବିନେତ୍ରୀ ଅନୁ ଚୌଧୁରୀ, କେଏଲଏଫର ରଶ୍ମୀରଂଜନ ପରିଡା ପ୍ରମୁଖ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Latest News

ଆଜି ଓମାନ ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେଇପାରେ ଟିମ୍ ଇଣ୍ଡିଆ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

September 19, 2025

କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ, ଏବେ ଡାକଘରେ ମିଳିବ BSNL ସିମ୍

September 19, 2025

ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ: ଚିଠି ଲେଖିଲା ICC

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.