ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ବାତିଲ୍‌ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା

Published: Jan 7, 2020, 3:24 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ତେଣୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହି କାରଣରୁ ବିଭିନ୍ନ ପରୀକ୍ଷା ମଧ୍ୟ ଘୁଞ୍ଚାଇ ଦିଆଯାଇଛି ।  ତେବେ ଉତ୍କଳ ବିଶ୍ୱବିଦ୍ୟାଳୟରେ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ଦିଆଯାଇଛି । ଆସନ୍ତା କାଲି 10ଟି ଶ୍ରମିକ ସଙ୍ଗଠନ ପକ୍ଷରୁ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପୂର୍ବରୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେଡିର ରାଜା ସ୍ବାଇଁ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।

Related posts