Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟା ଫଟୋରେ ଏ ପର୍ଯ୍ୟନ୍ତ ଫୁଲ ଚଢାଯାଇ ନ ଥିଲା, ଏବେ ଦିଆଯିବ: କାନ୍ଦି କାନ୍ଦି କହିଲେ ନିର୍ଭୟା ମା
ଆଜିର ଖବର

ନିର୍ଭୟା ଫଟୋରେ ଏ ପର୍ଯ୍ୟନ୍ତ ଫୁଲ ଚଢାଯାଇ ନ ଥିଲା, ଏବେ ଦିଆଯିବ: କାନ୍ଦି କାନ୍ଦି କହିଲେ ନିର୍ଭୟା ମା

January 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ଭୟାର ଫଟୋରେ ଏ ପର୍ଯ୍ୟନ୍ତ ଫୁଲ ଚଢାଯାଇ ନ ଥିଲା, ଏବେ ଦିଆଯିବ: କାନ୍ଦି କାନ୍ଦି କହିଲେ ନିର୍ଭୟା ମା

ନୂଆଦିଲ୍ଲୀ:  ନିର୍ଭୟା ରାୟ ଆସିବା ପରେ କୋର୍ଟ ପରିସରରେ ନିର୍ଭୟାଙ୍କ ମା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ଖବର ଦେଇଛନ୍ତି। ତାହା ହେଲା ଦୋଷୀମାନଙ୍କୁ ଏ ପର୍ଯ୍ୟନ୍ତ ସଜା ଦିଆଯାଇ ନ ଥିବାରୁ ନିର୍ଭୟା ଫଟୋରେ ଫୁଲ ଚଢାଯାଇ ନ ଥିଲା। ଆମେ ଶପଥ କରିଥିଲୁ ଯେ, ଯେ ପର୍ଯ୍ୟନ୍ତ ନିର୍ଭୟା ହତ୍ୟାକାରୀଙ୍କୁ ଦଣ୍ଡ ନ ମିଳିଛି ସେ ପର୍ଯ୍ୟନ୍ତ ତା ଫଟୋରେ ଫୁଲ ଦିଆଯିବ ନାହିଁ। ଏବେ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କୋର୍ଟ ରାୟ ଦେବା ପରେ ତା ଫଟୋରେ ଫୁଲ ଦିଆଯିବ । କୋର୍ଟ ନିକଟରେ ଗଣମାଧ୍ୟମକୁ ଏ କଥା କହିଛନ୍ତି ନିର୍ଭୟା ମା। ଆଜି ନିର୍ଭୟା ଦୁସ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 4 ଜଣଙ୍କୁ ଫାଶି ଦିଆଯିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏହି ରାୟକୁ ନେଇ ସାରା ଦେଶର ଲୋକେ ସମର୍ଥନ କରିଛନ୍ତି।

ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଏକ ଚଳନ୍ତା ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଗଣ ବଳାତ୍କାର ଓ ହତ୍ୟା କରା ଯାଇଥିଲା। ଏହାର ପ୍ରତିବାଦରେ ସେତେବେଳେ ସାରଦେଶ ଏକାଠି ହୋଇଥିଲା। ସାତ ବର୍ଷ ପରେ ଏହି ଅପରାଧ ସହ ସମ୍ପୃକ୍ତ ଚାରି ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଅନ୍ତିମ ନିଷ୍ପତ୍ତି ନିଆଯାଇଛି। ନିର୍ଭୟା କାଣ୍ଡର ଚାରି ଅଭିଯୁକ୍ତ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ତିହାଡ଼ ଜେଲ୍‌ରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲା ନେଇ ଶୁଣାଣି ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଗତ ଡିସେମ୍ବର ମାସରେ ପଟିଆଲା ହାଉସ କୋର୍ଟରେ ଡେଥ ୱାରେଣ୍ଟ ଶୁଣାଣି କରାଯାଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନଥିଲା। ତେବେ ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ 6ଜଣ ଦୋଷୀ ରହିଥିବାବେଳେ ଜଣେ ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ସୁଧାର ଗୃହରେ ସଜା କାଟିବା ପରେ ଛାଡି ଦିଆଯାଇଥିଲା। ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

nirbhaya
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.