ଜାନୁୟାରୀ 31 ତାରିଖରୁ ସଂସଦର ବଜେଟ ଅଧିବେସନ ଆରମ୍ଭ, ଫେବୃୟାରୀ 1 ତାରିଖରେ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ

Published: Jan 9, 2020, 12:32 pm IST

ନୂଆଦିଲ୍ଲୀ- ଚଳିତ ଜାନୁୟାରୀ 31 ତାରିଖରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ଅଧିବେସନ ଜାନୁୟାରୀ 31 ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ଅଧିବେସନ ମାର୍ଚ୍ଚ 2 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ତାରିଖରେ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ ଉପସ୍ଥାପନ କରିବେ। ତେବେ ଏଥର  ସିଏଏ ନିଆଁ ଏବଂ ଜେଏନୟୁରେ ଛାତ୍ର ଆନ୍ଦୋଳନ ନେଇ ଗୃହ ସରଗରମ ରହିବ ବୋଲି ଜାଣାପଡିଛି। ସିଏଏ ନିଆଁ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଲାଗିରହିଥିବାରୁ ବିରୋଧୀ ଏହାକୁ ମୁଖ୍ୟ ପ୍ରସଂଗ କରିବେ।

Related posts