ସର୍ବସାଧାରଣଙ୍କ ପାଇଁ ଚଳିତ ଜାନୁଆରୀରେ ଖୋଲା ହେବ ଲୋକସେବା ଭବନ ଉଦ୍ୟାନ

Published: Jan 10, 2020, 3:34 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଶୀତଦିନିଆ ବିଭିନ୍ନ କିସମର ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି । ତେଣୁ ଉଦ୍ୟାନର ଏହି ଶୋଭା ଯେପରି ସାଧାରଣ ଲୋକ ଉପଭୋଗ କରିପାରିବେ, ସେଥିପାଇଁ ଜାନୁଆରୀ 11 (ଦ୍ବିତୀୟ ଶନିବାର), ଜାନୁଆରୀ 12(ରବିବାର), ଜାନୁଆରୀ 19 (ରବିବାର), ଜାନୁଆରୀ 25 (ଚତୁର୍ଥ ଶନିବାର) ଏବଂ ଜାନୁଆରୀ 26 (ରବିବାର ତଥା ସାଧାରଣତନ୍ତ୍ର ଦିବସ) ଦିନ ଅପରାହ୍ନ 3ଟାରୁ 5.30 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଉପରୋକ୍ତ ତାରିଖ ଦିନ ନିର୍ଦ୍ଧାରିତ ସମୟରେ ଲୋକସେବା ଭବନରେ ଏକନମ୍ବର ଗେଟ୍‌ ଦେଇ ପ୍ରବେଶ କରିପାରିବେ ।

Related posts