ନୂଆଦିଲ୍ଲୀ : ମୋବାଇଲ୍ କମ୍ପାନୀଗୁଡ଼ିକ ବଡ ସାଇଜ୍ର ସ୍ମାର୍ଟଫୋନ୍କୁ ବଜାରରେ ପ୍ରବେଶ କରାଉଥିବାବେଳେ ଜିନି ମୋବାଇଲ୍ ଦୁନିଆର ସବୁଠାରୁ ଛୋଟ ମୋବାଇଲ୍ ଫୋନ୍ ଜାନ୍କୋ ଟିନି ଟି2ର ଲଞ୍ଚ କରିଛନ୍ତି। ଏହି ଫୋନ୍ ଏତେ ଛୋଟ ଯେ, ଏହାର ଚର୍ଚ୍ଚା ଏବେ ଚାରିଆଡେ। ଏହି ଫୋନ୍ ସାଇଜ୍ ମାତ୍ର ଗୋଟିଏ ଆଙ୍ଗୁଠିର ଲମ୍ବ ସହ ସମାନ । ଏହି ଫୋନ୍ ଜାନ୍କୋ ଟିନି ଟି1ର ଅପଗ୍ରେଡଡ୍ ଭର୍ସନ। ଏଥିରେ 14ଟି ଫିଚର୍ ରହିବା ସହିତ କ୍ୟାମେରାର ସୁବିଧା ମଧ୍ୟ ରହିଛି। କମ୍ପାନୀ ଏହି ଡିଭାଇସ୍କୁ ୟୁଏସ୍ରେ ଲଞ୍ଚ କରିଛି । ଗ୍ରାହକ ଏହି ଫୋନ୍ ପାଇଁ ଓ୍ବେବସାଇଟ୍ ଜରିଆରେ ବୁକିଂ କରିପାରିବେ । କିନ୍ତୁ ଦୁନିଆର ସବୁଠୁ କୁନି ବା ଛୋଟ ଫୋନ୍ର ଦାମ କିନ୍ତୁ ଛୋଟ ନୁହେଁ, ଏହି ଫୋନ୍ର ଦାମର 14ହଜାର503 ଆମେରିକୀୟ ଡଲାର ରହିଥିବାବେଳେ ଭାରତୀୟ ମୁଦ୍ରାରେ ଏହା ପ୍ରାୟ 10,28.635 ଲକ୍ଷ । ଦୁନିଆର ସବୁଠୁ ଛୋଟ ଥ୍ରୀଜି ମୋବାଇଲ୍ ଜାନ୍କୋ ଟିନି ଟି2 ଦ୍ବାରା ଫଟାଗ୍ରାଫି ମଧ୍ୟ କରିହେବ । ଏହି ମୋବାଇଲ୍ରେ ଫଟୋ ଓ ଭିଡିଓ କ୍ୟାପଚର୍ କରିହେବ । ଏଥିରେ ଡୁଆଲ୍ ଫ୍ରଣ୍ଟ ଓ ରିଅର୍ କ୍ୟାମେଲାର ଅପସନ ରହିଛି ।
ଏତଦବ୍ୟତୀତ ଏଥିରେ ମାଇକ୍ରୋଏସଡି କାର୍ଡ ସ୍ଲଟ୍ ବି ରହିଛି । ଏଥିରେ 32ଜିବି ପର୍ଯ୍ୟନ୍ତ ମାଇକ୍ରୋ ଏସ୍ଡି କାର୍ଡ ବ୍ୟବହାର କରି ଏହାର ଷ୍ଟୋରେଜ୍କୁ ମଧ୍ୟ ବଢାଯାଇପାରିବ । ଏଥିରେ ଏଫ୍ଏମ୍ ରେଡିଓ, ଏମ୍ପିଥ୍ରି, ଏପ୍ପି4, ପ୍ଲେ ରେଟ୍ରୋ ଗେମ୍ସ, ଆଲାର୍ମ କଲ୍କ, କ୍ୟାଲଣ୍ଡେର ଆଦି ଫିଚର୍ସ ରହିଛି । ଏହା ସହିତ ଏଥିରେ ଫୋନ୍ର ସୁରକ୍ଷା ପାଇଁ ଏସ୍ଓଏସ୍ ଫିଚରର ସୁବିଧା ମଧ୍ୟ ରହିଛି । ଏଥିରେ ଟକ୍ ଏଣ୍ଡ ଟେକ୍ସଟ ଫିଚରର ସୁବିଧା ମଧ୍ୟ ରହିଛି । ଏହି ମୋବାଇଲ୍କୁ ଥରେ ଚାର୍ଜ କଲେ ଏହା 6 ଘଣ୍ଟା ପର୍ଯ୍ୟନ୍ତ ଆରାମରେ ଚାଲିପାରିବ । ଏହି ମୋବାଇଲ୍ରେ ବ୍ୟାଟେରୀର ଷ୍ଟାଣ୍ଡବାୟ ଟାଇମ୍ ସାତଦିନ ରହିଛି ବୋଲି କମ୍ପାନୀ କହିଛି । (ଏଜେନ୍ସି)