
ନୂଆଦିଲ୍ଲୀ: ପିଓକେକୁ ନେଇ ସେନାମୁଖ୍ୟ ନରଓ୍ବାଣେଙ୍କ ବଡ ବୟାନ ଦେଇଛନ୍ତି। ସଂସଦ ଚାହିଁଲେ ପିଓକେ ଆମର ହେବ। ପିଓକେର ତ୍ରିରଙ୍ଗା ଲହରାଇବା ନେଇ ସେନାମୁଖ୍ୟ ବୟାନ ଦେଇଛନ୍ତି। ପିଓକେ ନେଇ ଆଦେଶ ମିଳିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସେନାମୁଖ୍ୟ ଜଣାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତର ଅକ୍ତିକାର କରିବା ନେଇ ବଡ ବୟାନ ଦେଇଛନ୍ତି ସେନାପ୍ରମୁଖ। ସେନାମୁଖ୍ୟ ନରଓ୍ବାଣେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଦେଶକୁ ସୁରକ୍ଷା ଦେବା ସେନାର ପ୍ରଥମ ପ୍ରାଥମିକତା ବୋଲଇ କହିଛନ୍ତି । ଦେଶର ସୁରକ୍ଷା ପାଇଁ କୌଣସିପ୍ରକାରର ବୁଝାମଣା କରାଯାଇପାରିବ ନାହିଁ ବୋଲି କହିଛନ୍ତି ।ଏହି ଅବସରରେ ଜେନେରାଲ୍ ଏମଏମ୍ ନରଓ୍ବାଣେ କହିଛନ୍ତି ଯେ, ଆମେ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ସହ ଶପଥ ନେଇଛୁ। ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ବନ୍ଧୁତ୍ବକୁ ସୁନିଶ୍ଚିତ କରିଛୁ। ସମ୍ବିଧାନ ଆମକୁ ସର୍ବଦା ମାର୍ଗଦର୍ଶନ କରାଇଥାଏ। ଭାରତୀୟ ସେନା ସର୍ବଦା ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। କ୍ବାଣ୍ଟିଣ୍ଟି ଉପରେ ଧ୍ୟାନ ନ ଦେଇ କ୍ବାଲିଟି ଉପରେ ଧ୍ୟାନ ଦେବା ନେବା ନେଇ ଚେଷ୍ଟିତ ବୋଲି ସେନାମୁଖ୍ୟ କହିଛନ୍ତି ।
ସୂଚନାଯୋଗ୍ୟ, ଜେନେରାଲ୍ ନରଓ୍ବାଣେ ଡିସେମ୍ବର ୩୧ ତାରିଖରେ ସେନା ପ୍ରମୁଖ ରୂପେ ଦାୟିତ୍ବ ସମ୍ଭାଳିଛନ୍ତି। ପୂର୍ବତନ ସେନାପ୍ରମୁଖ ବିପିନ୍ ରାଓ୍ବତଙ୍କ ଅବସର ପରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। (ଏଜେନ୍ସି)