ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର

Published: Jan 11, 2020, 3:29 pm IST

ସମୀକ୍ଷା ବ୍ୟୁରୋ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀରେ ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଇଟି କଲୋନୀରେ ବନ୍ଦ ଘର ଭିତରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ପଡୋଶୀ ପୋଲିସ୍‌କୁ ଖବର ଦେଇଥିଲେ ।  ଗତ ଗୁରୁବାର ଠାରୁ ଏହି ଘରର କବାଟ ବନ୍ଦ ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ବନ୍ଦ ଘରୁ କବାଟ ଭାଙ୍ଗି ୪ଟି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ମୃତଦେହ ଗୋଟିଏ ପରିବାର ମା, ବାପା, ପୁଅ ଓ ଝିଅର ବୋଲି ଜଣାପଡ଼ିଛି। ମୃତକ ହେଲେ ରଂଜିତ ପ୍ରସାଦ  ଓ ତାଙ୍କ ପତ୍ନୀ କଳ୍ପନା ପ୍ରସାଦ ଚିନୁ,  ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅ । ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ଥିବା ପାତ୍ର ମିଳିଥିବା ସୂଚନା ମିଳିଛି । ବିଷ ପିଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । (ଏଜେନ୍ସି)

Related posts