ଝାଡଖଣ୍ଡ ପରାଜୟ ପରେ ଏବେ ବିଜେପି ପାଇଁ ବାବୁଲାଲ ସାହାରା, ଚାଲିଛି ‘ଘର ଓ୍ବାପସି’ର ପ୍ରସ୍ତୁତି

Published: Jan 11, 2020, 3:58 pm IST

ଝାଡଖଣ୍ଡ : ଝାଡଖଣ୍ଡରେ ବିଜେପିର ବିପର୍ଯ୍ୟୟ ପରେ ବାବୁଲାଲଙ୍କୁ ଘରକୁ ଫେରାଇନେବାକୁ ପ୍ରସ୍ତୁତ ଚାଲିଛି।  ଝାଡଖଣ୍ଡରେ ବିଜେପି ପୁଣିଥରେ ବାବୁଲାଲଙ୍କ ସାହାରା ନେବାକୁ ଚାହୁଁଛି । ବିଜେପିର କେନ୍ଦ୍ରୀୟ ନେତୃତ୍ବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ୍‌ ମାରାଣ୍ଡିଙ୍କୁ କମାଣ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ତେବେ ଏହା ସମ୍ବନ୍ଧୀୟ ଔପଚାରିକ ଘୋଷଣା ଆସନ୍ତା ଜାନୁଆରୀ 14 ତାରିଖ ପରେ କରାଯିବ । ବାବୁଲାଲ୍‌ ମାରାଣ୍ଡିଙ୍କ ସହ ଦଳ ନିଜର ଭବିଷ୍ୟତ ଦେଖୁଥିବାର ଜଣାପଡିଛି ।  ନିକଟରେ ଝାଡ଼ଖଣ୍ଡ ବିଧାନସଭାର ଅଧିବେଶନରେ ରାଜ୍ୟର ରାଜନୈତିକ ଇତିହାସର ପ୍ରଥମଥର ପାଇଁ କେହି ବିରୋଧୀ ଦଳ ନେତା ହୋଇନାହାନ୍ତି । ଏହାର କାରଣ ବିଜେପିରେ ବିଜେପି ବିଧାୟକ ଦଳର କୌଣସି ନେତା ନାହାନ୍ତି । ମିଳିଥିବା ସୂଚନା ଅନୁସାରେ ବାବୁଲାଲଙ୍କୁ ଦଳକୁ ଫେରାଇ ନେବା ପାଇଁ ଖୋଦ୍‌ ଅମିତ୍‌ ଶାହା ଓ ନରେନ୍ଦ୍ର ମୋଦିଙ୍କ ସହମତିରେ କରାଯାଉଛି । ବାବୁଲାଲ୍‌ ମୌନ ସମ୍ମତି ଦେଇଥିବାବେଳେ ଏବେବି କିଛି ପ୍ରସଙ୍ଗକୁ ନେଇ ବିଚାରବିମର୍ଶ କରୁଛନ୍ତି ।  ବାବୁଲାଲଙ୍କୁ ଫେରାଇ ନେବା ଦିଗରେ ଦଳ ଆଦିବାସୀ ଭୋଟକୁ ହାତେଇବା ଚକ୍କରରରେ ରହିଛି । ଅର୍ଜୁନ୍‌ ମୁଣ୍ଡା ରହିଥିବା ସତ୍ତ୍ବେ ଝାଡଖଣ୍ଡରେ ବିଜେପି ପାଇଁ ଏପରି ଦୁର୍ଦ୍ଦିନ ଆସିବା ପରେ ଏବେ ବାବୁଲାଲ୍‌ ମାରାଣ୍ଡିକୁ ନେଇ ବିଜେପି ଖେଳ କରିବାକୁ ଚାହୁଁଛି । ଜଣେ ସଚ୍ଚା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ବାବୁଲାଲ୍‌ଙ୍କ ଛବି ବେଶ୍‌ ଭଲ ରହିଥିବାବେଳେ ଦଳ ତାଙ୍କୁ ଫେରାଇ ନେଇ ନିଜର ଏକ ସ୍ଥାନ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରୁଛି । (ଏଜେନ୍ସି)

Related posts