
ଜୟପୁର- ଛପାକ୍ ଚଳଚିତ୍ରକୁ ରାଜସ୍ଥାନ ସରକାର ଟାକ୍ସ ଫ୍ରି କରିଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ରାଜସ୍ଥାନ ହେଉଛି ତୃତୀୟ ରାଜ୍ୟ ଯେ କି ଛପକ୍ କୁ ଟାକ୍ସ ଫ୍ରି କରିଛନ୍ତି। ଚଳଚିତ୍ରର ନିର୍ଦ୍ଦେଶକ ମେଘନା ଗୁଲଜାର ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଏହି ବିବାଦୀୟ ଚଳଚିତ୍ରକୁ କେବଳ କଂଗ୍ରେସ ଶାସିତ ରାଜ୍ୟରେ ଟାକ୍ସ ଫ୍ରି କରାଯାଇଛି। ଏହି ଚଳଚିତ୍ରଟି ରିଲିଜର ଗୋଟିଏ ଦିନ ପୂର୍ବରୁ ମଧ୍ୟପ୍ରଦେଶ ଏବଂ ଛତିଶଗଡ ସରକାର ତାଙ୍କ ରାଜ୍ୟରେ ଟାକ୍ସ ଫ୍ରି ହେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ରିଲିଜର ଗୋଟିଏ ଦିନ ପରେ ରାଜସ୍ଥାନ ସରକାର ଛପାକକୁ ଟାକ୍ସ ଫ୍ରି ଘୋଷଣା କଲେ। ଏହି ଘୋଷଣା ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ଯେ, ଛପାକ୍ ପରି ଚଳଚିତ୍ରକୁ ଟାକ୍ସ ଫ୍ରି କରିବା ନିଶ୍ଚିତ ଖୁସିର କଥା। ଏହା ଦ୍ବାରା ରାଜ୍ୟର ବହୁ ସଂଖ୍ୟାରେ ଦର୍ଶକ ଏହି ଚଳଚିତ୍ରକୁ ଦେଖିପାରିବେ ଏବଂ କିଛି ଶିକ୍ଷା ଲାଭ ମଧ୍ୟ କରିପାରିବେ। ଛପାକ୍ ଚଳଚିତ୍ରଟିର କାହାଣୀ ଏସିଡ ଆକ୍ରମଣ ଉପରେ ପର୍ଯ୍ୟବେସିତ ହୋଇଛି।