
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭାରତୀୟ ଜନତା ପାର୍ଟିର ସଭାପତି ସମୀର ମହାନ୍ତି ହେବା ନେଇ ସୂଚନା ରହିଛି। ସମୀରଙ୍କ ନାଁରେ ସହମତିର ସୂଚନା ମିଳିଛି । ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି ସଭାପତି ରେସ୍ରେ ଆଗୁଆ ରହିଥିଲେ। ତେବେ ଆସନ୍ତାକାଲି ବିଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯିବ। ସଭାପତି ପଦ ପାଇଁ ଭୋଟ୍ ଦେବାକୁ ଆସିଥିବା ସଦସ୍ୟଙ୍କ ସହମତି ସୂଚନା ମିଳିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମୀର। ଅପରାହ୍ନ 5ଟାରେ ଏହା ଯାଞ୍ଚ ହେବ। ନାମାଙ୍କନ ବେଳେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିଥିଲେ।