ନିର୍ଭୟା ମାମଲା : ପଓ୍ବନଙ୍କ ଯାଚିକାକୁ ଖାରଜ କଲେ ସର୍ବୋଚ୍ଚ କୋର୍ଟ, ଓକିଲଙ୍କୁ ସମାଲୋଚନା

Published: Jan 20, 2020, 3:32 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ଗୁପ୍ତାଙ୍କ ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । 2012ରେ ଘଟଣା ଘଟିବା ସମୟରେ ସେ ନାବାଳକ ଥିବା ନେଇ ପଓ୍ବନ୍‌ଙ୍କ ପକ୍ଷରୁ ଜାନୁୟାରୀ 17 ତାରିଖରେ ଏକ ଯାଚିକା ଦାଖଲ କରାଯାଇଥିଲା । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ଓକିଲଙ୍କୁ ସମାଲୋଚନା କରାଯାଇଛି । ପୂର୍ବରୁ ମାମଲାର ବିଚାର ପ୍ରକ୍ରିୟା ସରିଥିବା ବେଳେ ବାରମ୍ବାର ବିଭିନ୍ନ ବାହାନାରେ ମାମଲା ଦାୟର କରି ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ କରୁଥିବାରୁ ଅଭିଯୁକ୍ତଙ୍କ ଓକିଲ ଏପି ସିଂଙ୍କୁ ଜଷ୍ଟିସ୍‌ ଅଶୋକ ଭୂଷଣ ସମାଲୋଚନା କରିଥିଲେ । ଜୁଲାଇ 8, 2018ରେ ସର୍ବୋଚ୍ଚ କୋର୍ଟରେ ଆପଣଙ୍କର ସମାନ ଯାଚିକାକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଥିବା ବେଳେ ଆପଣ ଦୈନିକ ନୂତନ ତଥ୍ୟ ସହିତ ଆସିବା ଗ୍ରହଣଯୋଗ୍ୟ ନାହିଁ । ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍‌ଡପୀଠ ଏହି ମାମଲାର ବିଚାର କରିଥିଲେ ।

Related posts