ଜୁନ୍‌ ୧ରୁ ଦେଶରେ ‘ଏକ ଦେଶ ଏକ ରାସନକାର୍ଡ’  

Published: Jan 21, 2020, 9:50 am IST
poster against ram vilas paswan

ନୂଆଦିଲ୍ଲୀ : ଆସନ୍ତା ଜୁନ ୧ରୁ ‘ଏକ ଦେଶ ଏକ ରାସନକାର୍ଡ’ ନିୟମ ଲାଗୁ ହେବ। କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାସନକାର୍ଡକୁ ଦେଶରେ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଯେ, ଜୁନ ୧ରୁ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବ। ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ‘ଏକ ଦେଶ ଏକ ରାଶନକାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ୪ଟି ରାଜ୍ୟରେ ଲାଗୁ କରିଥିଲେ। ଏହି ନିୟମ ଆଧାରରେ ଯୋଜନାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ଲାଗୁ କରାଯାଇଥିଲା।

Related posts