ସିଦ୍ଧି ବିନାୟକ ମନ୍ଦିରକୁ 35 କିଲୋର ସୁନା ଦାନ କଲେ ଜଣେ ଶ୍ରଦ୍ଧାଳୁ

Published: Jan 21, 2020, 10:23 am IST

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ 35 କିଲୋ ସୁନା ଦାନ କରିଛନ୍ତି। ଭକ୍ତଜଣକ ଦିଲ୍ଲୀର ବୋଲି ଜଣାପଡିଛନ୍ତି। ଭାରତୀୟ ବଜାରରେ ଏହି ସୁନାର ମୂଲ୍ୟ ପାଖାପାଖି 14 କୋଟି ଟଙ୍କାର ହେବ ବୋଲି ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀର ଜଣେ ଭକ୍ତ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି। ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଦେଶର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ। ଏଠାକୁ ପ୍ରତିବର୍ଷ ଭକ୍ତମାନେ କୋଟି କୋଟି ଟଙ୍କା ଦାନ କରିଥା’ନ୍ତି। ମହାରାଷ୍ଟ୍ରର ସବୁଠୁ ଧନୀ ମନ୍ଦିର ଭାବେ ଏହି ମନ୍ଦିରଟି ପରିଚିତ । ଏହି ଦାନ ସୁନାରେ ମନ୍ଦିରର କବାଟ ଓ ଛାତର କାର୍ଯ୍ୟ କରାଯିବ। (ଏଜେନ୍ସି)

Related posts