ଯୁକ୍ତଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

Published: Jan 21, 2020, 12:19 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାକୁ ବିରୋଧ କରି ରାଜ୍ୟର ଅନେକ କଲେଜରେ ଦେଖାଦେଇଛି ବିବାଦ। ଯୁକ୍ତ ୨ ପ୍ରଥମ ବର୍ଷରେ ପାସ କରିବାକୁ ୩୩ ପ୍ରତିଶତ ମାର୍କ ରଖିବାକୁ ବାଧ୍ୟ । ତାହେଲେ ଯାଇ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତୀର୍ଣ୍ଣ ହୋଇପାରିବେ। ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇଥିବା ଜଣାପଡିଛି । ଏହାସହ ଟାୟାର ଜାଳି ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । ଫେବୃଆରୀରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବା ନେଇ ତାରିଖ ଜାରି କରାଯାଇଥିବାବେଳେ କୋର୍ସ ସରିନଥିବାର ଅଭିଯୋଗ କରିଛନ୍ତି ଛାତ୍ରୀମାନେ । ତେବେ ମହାବିଦ୍ୟାଳୟ ତରଫରୁ ଏନେଇ ସ୍ପଷ୍ଟୀକରଣ ରଖଯାଇଛି ।

Related posts