ପୁଣି ବିବାଦରେ ଛନ୍ଦି ହେଲେ ସୁରବାବା

Published: Feb 17, 2019, 4:54 pm IST

ବେଆଇନ ଜମି ଦଖଲଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଥିବା ସୁରବାବାଙ୍କ ପାଇଁ ପୁଣି ଅଡୁଆ ବଢିଛି । ଗତ ବର୍ଷ ଝାରପଡା ଜେଲରୁ ଝିଂଟିରେ ଥିବା ଆଶ୍ରମ ଫେରିଥିବା ସୁରବାବାଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି ହୋଇଛି । ଜଣେ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ କରିଥିବାର ଆଣିଛନ୍ତି । ପୂର୍ବରୁ ସୁରଙ୍କ ବିରୋଧରେ ଯୌନ କେଳେଙ୍କାରୀ ନେଇ ଅଭିଯୋଗ ଆସିଛି । ବାବା ତାଙ୍କୁ ଗତ ଜାନୁଆରୀ ୨୪ରେ ଆଶ୍ରମରେ ନିର୍ଯ୍ୟାତନା ଦେଇଥିବା ଯୁବତୀ କହିଛନ୍ତି । ପୋଲିସ ଆଇପିସି ଧାରା ୩୪୧, ୩୨୩, ୩୫୪, ୫୦୬, ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ସୂଚନାଯୋଗ୍ୟ କି, ସୁରଙ୍କୁ ବିଭିନ୍ନ ଅଭିଯୋଗରେ ୨୦୧୫ ଅଗଷ୍ଟରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା, ସରକାରୀ ଜମି ଜବରଦଖଲ, ଆଶ୍ରମରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରିବା ଅଭିଯୋଗ ହୋଇଥିଲା ।

Related posts