ପାକିସ୍ତାନୀ ଗାୟକଙ୍କ ଗୀତକୁ ଅନ୍‌ଲିଷ୍ଟ କଲା ଟି ସିରିଜ୍‌

Published: Feb 17, 2019, 5:30 pm IST

ପୁଲୱାମାରେ ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଦେଶ ସ୍ତବ୍ଧ ହୋଇ ଯାଇଛି । ଏହି ଘଟଣା ପରେ ଦେଶର ସାଧାରଣ ନାଗରିକ ଏବେ ରାଗରେ ଜଳୁଛନ୍ତି । ସେହି ସମୟରେ ବଲିଉଡ ମଧ୍ୟ ଏହି ଘଟଣା ପରେ କିଛି କମ୍ ରାଗରେ ନାହିଁ । ଏହି ଘଟଣାରେ ମହରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକରେ୍‌ ମ୍ୟୁଜିକ୍‌ କମ୍ପାନୀମାନଙ୍କୁ ଟାର୍ଗେଟ୍‌ କରି ପାକିସ୍ତାନୀ କଣ୍ଠଶିଳ୍ପୀମାନଙ୍କ ସହ କାମ କରିବା ବନ୍ଦ କରନ୍ତୁ ବୋଲି କହିଥିଲେ । ନିକଟରେ ଭୂଷଣ କୁମାରଙ୍କ ଟି-ସିରିଜ୍‌ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନ୍‌ ଓ ଆତିଫ୍‌ ଅସଲମ୍‌ଙ୍କ କଣ୍ଠରେ ଦୁଇ ଗୀତ ପ୍ରସ୍ତୁତ କରିଥିଲା । ରାଜ ଠାକ୍‌ରେଙ୍କ ଚେତାବନୀ ପରେ ଟି-ସିରିଜ୍‌ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ୟୁଟ୍ୟୁବ୍‌ରୁ ପ୍ରତ୍ୟାହାର କରି ନେଇଥିବା ଜଣାଯାଇଛି। ଆତିଫ୍‌ ଅସଲାମ୍‌ଙ୍କ ଏହି ଗୀତଟି ଫେବୃଆରୀ ୧୨ରେ ରିଲିଜ୍‌ ହୋଇଥିଲା । ୨୦୧୬ରେ ଉରି ଆକ୍ରମଣ ପରେ ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଏଭଳି ସମସ୍ତ ପାକିସ୍ତାନୀ କଳାକାରମାନଙ୍କୁ ଭାରତ ଛାଡ଼ିବା ଲାଗି ୪୮ ଘଣ୍ଟାର ସମୟ ଦିଆଯାଇଥିଲା।

Related posts