‘ଦିଲ୍‌ ବେଚାରା’ରେ ନବାଗତାଙ୍କ ସହ ରୋମାନ୍ସ କରିବେ ସୁଶାନ୍ତ

Published: Feb 17, 2019, 5:53 pm IST

ସୁଶାନ୍ତ ସିଂ ରାଜପୁତ୍‌ଙ୍କ ହାତରେ ଏବେ ଫିଲ୍ମର ଅଫର୍‌ । ଚଳିତବର୍ଷ ତାଙ୍କର ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ପୁଣି ୩-୪ଟି ଅଫର ବିଷୟରେ କଥାବାର୍ତ୍ତା ଚାଲିଛି। ନିକଟରେ ସେ ଏକ ଫିଲ୍ମ ସାଇନ କରିଛନ୍ତି, ଯାହାର ଟାଇଟଲକୁ ନେଇ ଟେନ୍‌ସନରେ ଥିଲେ ସୁଶାନ୍ତ। ପ୍ରଥମେ ଏହାର ଟାଇଟଲ ରହିଥିଲା ‘କିଜ୍ଜି ଔର ମୈନ୍ନି’। ହେଲେ ପ୍ରଯୋଜକ ନିକଟରେ ଏହି ଟାଇଟଲକୁ ବଦଳାଇ  ‘ଦିଲ୍‌ ବେଚାରା’ ରଖିଛନ୍ତି । ହଲିଉଡ୍‌ ଫିଲ୍ମ ‘ଦ ଫଲ୍ଟ ଇନ୍‌ ଆଓ୍ବାର ଷ୍ଟାର୍ସ’ର ଏହା ହେଉଛି ହିନ୍ଦୀ ରିମେକ୍‌। ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାନ୍‌ଘି ନାମ୍ନୀ ଜଣେ ନବାଗତା ନଜର ଆସିବେ। ମୁକେଶ ଛାବ୍ରା ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପୁଛନ୍ତି । ପ୍ରେମ ଓ ଟ୍ବିଷ୍ଟ୍‌କୁ ନେଇ ଏକ ଭିନ୍ନଧରଣର କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ନିକଟରେ ସୁଶାନ୍ତଙ୍କ ‘ସୋନଚିରିୟା’ ଓ ‘ଛିଛୋର’ ରିଲିଜ୍‌ ହେବାକୁ ରହିଛି ।

Related posts