
ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 11ଜଣ ଛାତ୍ର ଆହତ ହୋଇଛନ୍ତି । ଅଚାନକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡ଼ିବାରୁ ସେଠାରେ ଏକ ଆତଙ୍କ ସୃଷ୍ଟି ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗୋକଲପୁରର ଭଜନାପୁର ଇଲାକାରେ ଥିବା ଏକ କୋଚିଂ ସେଣ୍ଟରରେ ଏପରି ଏକ ଅଘଟଣ ଘଟିଛି । ଆହତ ଛାତ୍ରଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। (ଏଜେନ୍ସି)
Tags: coachingcentercollapse