Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

January 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ବିରୋଧୀ ଦଳର ମୁଖ୍ୟ ମାନେ ସାମ୍ବାଦିକ ସୁରକ୍ଷା ପ୍ରତି ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିବାବେଳେ ଅନନ୍ତ ନାରାୟଣ ଜେନା ସରକାର ଏ ଦିଗରେ ଯତ୍ନଶୀଳ ଅଛନ୍ତି ବୋଲି କହିଥିଲେ । ଏହି ଅବସରରେ ବିଭୂତି ଭୂଷଣ କର ସୁରକ୍ଷା ଆଇନ୍ ଓ ଅବସରକାଳୀନ ଭତ୍ତା ଭଳି ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କ ଅଣଦେଖା ପାଇଁ ସାମ୍ବାଦିକମାନେ ସଂଗଠିତ ହୋଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ। ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବିନାରାୟଣ ଖିଲାର, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, କେନ୍ଦୁଝର ଜିଲ୍ଲାର ସଭାପତି ସତ୍ୟନାରାୟଣ ମିଶ୍ର, ମାଲକାନଗିରି ସଭାପତି ଦୁର୍ଯ୍ୟୋଧନ ପାତ୍ର, କଳାହାଣ୍ଡି ସଭାପତି ରଜନୀକାନ୍ତ ମିଶ୍ର, ନୟାଗଡ଼ ସଭାପତି ଶ୍ରୀକାନ୍ତ ଖଟେଇ, ଢେଙ୍କାନାଳ ସଭାପତି ପ୍ରସନ୍ନ ପଟ୍ଟନାୟକ, ଜଗତସିଂହପୁର ସଭାପତି ରାଧାକାନ୍ତ ମିଶ୍ର, ସୋନପୁର ସଭାପତି ଗୋରେଖନାଥ ସାହୁ, ଝାରସୁଗୁଡ଼ା ସଭାପତି ଜଗଦୀଶ ପୁରୋହିତ, ବାଲେଶ୍ୱର ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ପୁରୀ ସଭାପତି ବିଶ୍ୱଜିତ ପଟ୍ଟନାୟକ, ସମ୍ବଲପୁର ସଭାପତି ସୁବାସ ପାଣିଗ୍ରାହୀ, ନବରଙ୍ଗପୁର ସଭାପତି ହୃଷିକେଶ ମିଶ୍ର, ସୁନ୍ଦରଗଡ଼ ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ରାୟଗଡ଼ା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଯାଜପୁର ସଭାପତି ହରିହର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ଦାସ, ଖୋର୍ଦ୍ଧାଜିଲ୍ଲା ସଭାପତି ପ୍ରଭାତ ମିଶ୍ର, ଗଜପତି ସମ୍ପାଦକ ଦ୍ୟୁଜେନ ପାଢୀ, ବଲାଙ୍ଗୀର ସମ୍ପାଦକ ଆନନ୍ଦ ସାହୁ, ନୂଆପଡ଼ା ସମ୍ପାଦକ ରୁଦ୍ରରାଜ ବାଗ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଜିଲ୍ଲାର ସଭାପତିଙ୍କୁ ରାଜ୍ୟସଂଘ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ବର୍ଷର କ୍ୟାଲେଣ୍ଡର ଓ ଫଟୋ ମାଗାଜିନ୍ ଉନ୍ମୋଚନ କରାଯାଇ ବିତରଣ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

January 18, 2026

ଗୁଜରାଟରେ ୩୫,୦୦୦ କୋଟି ନିବେଶ କରିବ ମାରୁତି ସୁଜୁକି 

January 18, 2026

ଆଜି ଜାନୁୟାରୀ ୧୮ ତାରିଖ ରବିବାରରେ ଛଅଟି ରାଶିର ରହିଛି ରାଜାଯୋଗ, ଜାଣନ୍ତୁ ରାଶିଫଳ

January 18, 2026

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026
Latest News

ସପ୍ତ ଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍ଘାଟିତ

January 18, 2026

ଗୁଜରାଟରେ ୩୫,୦୦୦ କୋଟି ନିବେଶ କରିବ ମାରୁତି ସୁଜୁକି 

January 18, 2026

ଆଜି ଜାନୁୟାରୀ ୧୮ ତାରିଖ ରବିବାରରେ ଛଅଟି ରାଶିର ରହିଛି ରାଜାଯୋଗ, ଜାଣନ୍ତୁ ରାଶିଫଳ

January 18, 2026

Odisha Investors’ Meet: ରାଜ୍ୟକୁ ଆସିଲା ୧ ଲକ୍ଷ କୋଟି ଟଙ୍କାର ନିବେଶ,୯୦ ହଜାର ନିଯୁକ୍ତି ସୁଯୋଗ

January 17, 2026

ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.