ଦୁଇ ସପ୍ତାହ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସରେ ଟିକେଟ ନାହିଁ

Published: Feb 17, 2019, 6:33 pm IST

ଆଜିଠୁ କମର୍ସିଆଲ୍ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମେ ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ। ଦିଲ୍ଲୀରୁ ଏହି ଟ୍ରେନ୍ ଆଜି ବାରଣାସୀ ଅଭିମୁଖେ ଯାଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ। ଏହାସହ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି, ଆଗାମୀ ଦୁଇ ସପ୍ତାହ ପାଇଁ ଏହାର ସମସ୍ତ ଟିକେଟ ବୁକିଂ ସରିଛି। ଗତକାଲି ଯାନ୍ତ୍ରିକ ତ୍ରୁଟି ଯୋଗୁ ବାରଣାସୀରୁ ଆସିବା ବେଳେ ଉତ୍ତରପ୍ରଦେଶର ଚାମରୌଲା ଷ୍ଟେସନରେ ତିନି ଘଣ୍ଟା ପାଇଁ ଅଟକି ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏହାପରେ ବନ୍ଦେ ଭାରତକୁ ନେଇ ରାଜନୈତିକ ବାକଯୁଦ୍ଧ ବି ତେଜିଥିଲା।

Related posts