ସିଦ୍ଧୁଙ୍କ ସ୍ଥାନ ନେଲେ ଅର୍ଚ୍ଚନା

Published: Feb 17, 2019, 7:41 pm IST

ଫୁଲ୍‌ୱାମା ଆତଙ୍କୀ ହମ୍‌ଲାକୁ ନେଇ ବିବାଦୀୟ ହୋଇପଡ଼ିଥିବା ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ  ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘କପିଲ୍‌ ଶର୍ମା ଶୋ’ରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଅର୍ଚ୍ଚନା ପୂରନ ସିଂହ ।  ‘ଦି କପିଲ ଶର୍ମା ଶୋ’ ସୋନି ଟିଭିରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସିଦ୍ଧୁ ନିୟମିତ ଭାବରେ ନଜର ଆସୁଥିଲେ। ତାଙ୍କୁ ବାହାର କରାଯିବା ନେଇ ଏପର୍ଯ୍ୟନ୍ତ ଅଫିସିଆଲ ନୋଟିସ୍‌ ଜାରି କରାଯାଇନାହିଁ। ଅନ୍ୟପକ୍ଷରେ ଅର୍ଚ୍ଚନା ପୂର୍ବରୁ ମଧ୍ୟ ଏଭଳି କମେଡି ଶୋ’ରେ ବିଚାରକ ଭାବରେ ଜଡ଼ିତ ହୋଇସାରିଛନ୍ତି। ଆସନ୍ତା ୯ ଏବଂ ୧୩ ତାରିଖରେ ପ୍ରସାରିତ ହେବାକୁ ଥିବା ଏପିସୋଡ୍ ପାଇଁ ଅର୍ଚ୍ଚନା ଶୁଟିଂ କରି ସାରିଛନ୍ତି।

Related posts