
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବରଠାରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ ହୋଇଥିବାର ଖବର ମିଳିଛି । ମୃତ ମହିଳାଜଣକ ହେଉଛନ୍ତି ଧଉଳି ଥାନା ନୂଆଗାଁ ମାରୁତିନଗରର । ଫୁଲ ତୋଳିବାକୁ ଯାଇଥିଲାବେଳେ ଷଣ୍ଢ ଆକ୍ରମଣରେ ମୃତବରଣ କରିଛନ୍ତି ମହିଳାଜଣକ । ଆକ୍ରମଣ କରିଥିବା ଷଣ୍ଢକୁ କାବୁ କରିଛନ୍ତି ବିଏମ୍ସି କର୍ମଚାରୀ । ସମ୍ପ୍ରତି ରାଜଧାନୀରେ ବହୁ ବୁଲା ଷଣ୍ଢ, କୁକୁରଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ସବୁଜ ସୁନ୍ଦର ରାଜଧାନୀ କରିବାର ଲକ୍ଷ୍ୟ ନେଇଥିବା ବିଏମ୍ସି ବୁଲା କୁକୁର ତଥା ଷଣ୍ଢଙ୍କ ପାଇଁ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।
Tags: bullattack, womendead