Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ଚାଣକ୍ୟ ବନାମ ଚାଣକ୍ୟ : ଶାହାଙ୍କ କରେଣ୍ଟକୁ ନେଇ ପିକେଙ୍କ ଜୋର୍‌ କା ଝଟ୍‌କା
ଆଜିର ଖବର

ଦିଲ୍ଲୀରେ ଚାଣକ୍ୟ ବନାମ ଚାଣକ୍ୟ : ଶାହାଙ୍କ କରେଣ୍ଟକୁ ନେଇ ପିକେଙ୍କ ଜୋର୍‌ କା ଝଟ୍‌କା

January 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଦିଲ୍ଲୀର ନିର୍ବାଚନୀ ଦଙ୍ଗଲ୍‌ରେ ନେତାମାନଙ୍କର ବୟାନବାଜି ଜାରି ରହିଛି । ରାଜଧାନୀରେ ଆସନ୍ତା ଫେବୃଆରୀ 8 ତାରିଖରେ 70ଟି ବିଧାନସଭା ଆସନ ପାଇଁ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ । ଫେବୃଆରୀ 11 ତାରିଖରେ ଏହାର ଫଳାଫଳ ବାହାରିବ । ରାଜଧାନୀ ଦିଲ୍ଲୀ ପାଞ୍ଚବର୍ଷ ପାଇଁ କାହାକୁ ବାଛୁଛି, ତାହା ସ୍ପଷ୍ଟ ହୋଇଯିବ । ତେବେ ଦିଲ୍ଲୀର ଦିଲ୍‌ରେ ରାଜ୍‌ କରିବା ପାଇଁ ସବୁ ରାଜନୈତିକ ଦଳମାନଙ୍କର ତୁଫାନି ନିର୍ବାଚନୀ ପ୍ରଚାର ଚାଲିଛି । ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ଦୁଇ ପ୍ରମୁଖ ଦଳଙ୍କ ଚାଣକ୍ୟ ବନାମ ଚାଣକ୍ୟଙ୍କ ଜୁବାନି ।  ଦିଲ୍ଲୀରେ ବିଜେପିର ସରକାର ପାଇଁ ମୋର୍ଚ୍ଚା ସମ୍ଭାଳିଛନ୍ତି ବିଜେପି ଚାଣକ୍ୟ ଅମିତ୍‌ ଶାହା ନିଜର ଚିରାଚରିତ ଆକ୍ରମକ ଶୈଳୀରେ ପ୍ରଚାର କରିଛନ୍ତି । ରବିବାର ଦିନ ବାବରପୁରଠାରେ ଏକ ନିର୍ବାଚନୀ ରାଲିରେ ନାଗରିକତା ଆଇନ (ସିଏଏ) ବିରୋଧରେ ଶାହିନ୍‌ବାଗ୍‌ଠାରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ‘ଇଭିଏମ୍‌ର ବଟନ୍‌’କୁ ଏତେ ରାଗରେ ଦବାଇବେ ଯେ, ବାବରପୁର ବଟନ୍‌ ଦାବିଲେ, ଏହାର କରେଣ୍ଟ ଶାହିନ୍‌ବାଗ ଭିତରେ ଲାଗିବ ।

ଅମିତ୍‌ ଶାହାଙ୍କ କଥାକୁ ଟାର୍ଗେଟ୍‌ କରିଛନ୍ତି ଜେଡେୟୁ ନେତା ପ୍ରଶାନ୍ତ କିଶୋର । ଆପ୍‌ର ନିର୍ବାଚନ ରଣନୀତିକାର୍‌ ପ୍ରଶାନ୍ତ ଜବାବ ଦେଇଛନ୍ତି । ପ୍ରଶାନ୍ତ ଟୁଇଟ୍‌ କରି କହିଛନ୍ତି ଯେ, ଜୋର୍‌ କା ଝଟ୍‌କା ଧୀରେ ସେ ଲାଗିବା ଦରକାର ।

ପ୍ରଶାନ୍ତ ନିଜର ଟୁଇଟ୍‌ରେ କହିଛନ୍ତି ଯେ, ‘ଫେବୃଆରୀ 8 ତାରିଖରେ ଦିଲ୍ଲୀଠାରେ ଇଭିଏମ୍‌ ବଟନ୍‌ ତ ପ୍ରେମରେ ଦବାଯିବ । କାରଣ ଜୋର୍‌ କା ଝଟ୍‌କା ଧୀରେ ଲାଗିବା ଦରକାର । ଯେମିତିକି ନିଜ ନିଜ ଭିତରେ ରହିଥିବା ଭାଇଚାରା ଓ ସୌହାର୍ଦ୍ଦ୍ୟ ବିପଦରେ ପଡିବନି । ଏହା ସହିତ ପ୍ରଶାନ୍ତ ଚାରିଟି ପ୍ରସଙ୍ଗକୁ ମଧ୍ୟ ଟୁଇଟ୍‌ କରିଛନ୍ତି । ଟୁଇଟ୍‌ରେ ନ୍ୟାୟ, ସ୍ବତନ୍ତ୍ରତା,ସମାନତା, ଭାତ୍ରୃତ୍ବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଅମିତ୍‌ ଶାହା ଦିଲ୍ଲୀର ବାବର୍‌ପୁରଠାରେ ରବିବାର ଦିନ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ସିଏଏର ବିରୋଧ କରୁଥିବା ନେତାମାନେ ଦିଲ୍ଲୀରେ ଦଙ୍ଗା କରିବା ସହିତ ଲୋକଙ୍କୁ ଭ୍ରମିତ  କରୁଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026
Latest News

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.