କିଛିଦିନ କୁକୁଡା ମାଂସ ନ ଖାଇବା ପାଇଁ ପରାମର୍ଶ ; ଭୁବନେଶ୍ବରରେ ଚିହ୍ନଟ ହେଲା ବାର୍ଡଫ୍ଲୁ, ଆସନ୍ତାକାଲି ମରାଯିବ କୁକୁଡା

Published: Jan 27, 2020, 7:46 pm IST

ଭୁବନେଶ୍ବର- ଭୁବନେଶ୍ବରର ଏକ ପ୍ରସିଦ୍ଧ ଫାର୍ମାରୁ ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ଏହି ଫାର୍ମର ଏକ କୁକୁଡା କିଛି ଦିନ ତଳେ ହଠାତ ମୃତ୍ୟୁବରଣ କରିଥିଲା। ଫାର୍ମ କର୍ମଚାରୀମାନଙ୍କର ସନ୍ଦେହ ହେବାରୁ କୁକୁଡା କାହିଁକି ମଲା ତାହା ଜାଣିବା ପାଇଁ କିଛି ନମୁନା ପରକ୍ଷା ପାଇଁ ବାହାରକୁ ପଠାଯାଇଥିଲା। ସେହି ନମୁନା ପରୀକ୍ଷା ଆସିବା ପରେ ପଜେଟିଭ ଜଣାପଡିଥିଲା। ଫଳରେ କୁକୁଡାକୁ ବାର୍ଡଫ୍ଲୁ ହୋଇଥିବାର ସ୍ପଷ୍ଟ ହୋଇଥିଲା। ସେହି ଫାର୍ମଟି କୌଣସି ଛୋଟକାଟିଆ ଫାର୍ମ ନୁହେଁ। ତାହା ହେଉଛି ଓୟୁଏଟିର ଗବେଷଣା ପାଇଁ କରାଯାଇଥିବା ଫାର୍ମ। ଏହି ଘଟଣା ଜଣାପଡିବା ପରେ ଓୟୁଏଟି ତରଫରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାରଦିନ ଫାର୍ମରେ ଥିବା କୁକୁଡାକୁ ମରାଯିବ ବୋଲି ନିଷ୍ପତି ହୋଇଛି। ଓୟୁଏଟି ଫାର୍ମରୁ ବାର୍ଡଫ୍ଲୁ ଚିହ୍ନଟ ହେବା ପରେ ବର୍ତ୍ତମାନ ଭୁବନେଶ୍ବରର ଅନ୍ୟାନ୍ୟ ଫାର୍ମରେ କଣ ସ୍ଥିତି ରହିଛି ତାହା ଜଣାପଡି ନାହିଁ। ଆସନ୍ତାକାଲି ରାଜ୍ୟ ପଶୁ ସଂପଦ ବିଭାଗ ଏହା ଉପରେ ପଦକ୍ଷେପ ନେବ ବୋଲି ଜଣାପଡିଛି। ବର୍ତ୍ତମାନ ଭୁବନେଶ୍ବରରେ ବାର୍ଡଫ୍ଲୁ ଦେଖାଦେଇଥିବାରୁ କିଛି ଦିନ ପାଇଁ କୁକୁଡା ମାଂସ ନ ଖାଇବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related posts