୩୧ରୁ ବାରାଣସୀକୁ ସିଧା ବିମାନ

Published: Jan 28, 2020, 8:43 am IST

ସମୀକ୍ଷା ବ୍ୟୁରୋ:

ଭୁବନେଶ୍ବର : ଆସନ୍ତା ଜାନୁଆରୀ 31 ତାରିଖରୁ ଭୁବନେଶ୍ବରରୁ ବାରାଣାସୀକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । 70 ଆସନ ବିଶିଷ୍ଟ ଆଲଏନ୍ସ ଏୟାରର ବିମାନ ସବୁଦିନ ଭୁବନେଶ୍ବରରୁ ବାରାଣାସୀକୁ ଉଡାଣ ଭରିବ । ଏହି ବିମାନଟି ଭୁବନେଶ୍ବରରୁ ଦିନ 12ଟା 15ରୁ ଛାଡିବ 2ଟା 5ରେ ବାରାଣାସୀରେ ପହଞ୍ଚିବ । ସେହିପରି ବାରଣାସୀଠାରୁ ଦିନ 2ଟା30ରେ ଛାଡି 4ଟା 20ରେ ଭୁବନେଶ୍ବରରେ ପହଞ୍ଚିବ । ଯାତ୍ରୀମାନଙ୍କୁ ମାତ୍ର 3,470ଟଙ୍କାରେ ବିମାନ ଯାତ୍ରା କରିବାର ସୁବିଧା ମିଳିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ। ଉଲ୍ଲେଖଯୋଗ୍ୟ ଯେ, ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯିବା ସହ ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ ନେଇ ଆଲୋଚନା ମଧ୍ୟ ହୋଇଥିଲା ।

Related posts