ମୋହାଲି ଷ୍ଟାଡିୟମରୁ ହଟିଲା ପାକ୍ କ୍ରିକେଟରଙ୍କ ଫଟୋ

Published: Feb 18, 2019, 11:02 am IST

ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ପରିବାର ପଛରେ ଠିଆ ହୋଇଛି ସାରା ଦେଶ। ସମର୍ଥନରେ ଆଗକୁ ଆସିଛି ପଞ୍ଜାବ କ୍ରିକେଟ ଆସୋସିଏସନ୍। ମୋହାଲି କ୍ରିକେଟ ଷ୍ଟାଡିୟମ ଭିତରେ ଲାଗିଥିବା ପାକିସ୍ତାନ କ୍ରିକେଟରଙ୍କ ଫଟୋକୁ ହଟାଇ ଦିଆଯାଇଛି। ପଞ୍ଜାବ କ୍ରିକେଟ ଆସୋସିଏସନର ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମୋହାଲି କ୍ରିକେଟ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ପାଖାପାଖି ୧୫ ଜଣ ପାକିସ୍ତାନ କ୍ରିକେଟରଙ୍କ ଫଟୋ ଲାଗିଥିଲା। ୨୦୧୧ ବିଶ୍ୱକପରେ ଶେଷ ଥର ପାଇଁ ମୋହାଲିରେ ମ୍ୟାଚ ଖେଳିଥିଲେ ଭାରତ-ପାକିସ୍ତାନ। ପୂର୍ବରୁ ମୁମ୍ୱାଇର କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୋଷ୍ଟରକୁ ଘୋଡ଼ାଇ ଦେଇଥିଲା।

Related posts